ବାଲିପଦର ଡ଼ିଗ୍ରୀ କଲେଜ ରେ ସମ୍ବିଧାନ ଦିବସ ପାଳିତ.

ବାଲିପଦ , ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ବାଲିପଦର ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି. ଏହି ଅବସର ରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇ କଲେଜ ର ଅଧକ୍ଷ୍ୟ ଡ଼କ୍ଟର ବିବେକାନନ୍ଦ ପଟ୍ଟନାୟକ ଙ୍କ ସଭା ପତିତ୍ୟ ରେ ଅନୁଷ୍ଠିତ ହୋଇଥିଲା. ଏଥିରେ ମୁଖ୍ୟ ଅତିଥି ଭାବେ ପରିଚାଳନା ପରିଷଦ ର ସଭାପତି ଶ୍ରୀଯୁକ୍ତ ହରିହର ବିଷୋୟୀ ଯୋଗ ଦେଇ ସମ୍ଭିଧାନ ଦିବସ ସମ୍ପର୍କରେ ଛାତଛାତ୍ରୀ ମାନଙ୍କୁ ଉଧୃବୋଧନ ଦେଇ କହିଥିଲେ “ସମ୍ଭିଧାନ ହିଁ ଦେଶର ଆତ୍ମା ସଦୃଶ୍ୟ ଓ ନାଗରିକ ମାନଙ୍କ ପଥ ପ୍ରଦସକ ” ଏହି ପରି ପ୍ରେକ୍ଷୀରେ ଛାତ୍ରଛାତ୍ରୀ ମନଙ୍କ ମଧ୍ୟରେ ବିଭିନ୍ନ ପ୍ରତି ଯୋଗିତା ଯଥା ରଙ୍ଗୋଲି, ପ୍ରବନ୍ଧ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା.

ଉକ୍ତ କାର୍ଯ୍ୟକ୍ରମ ରେ କଲେଜ ର ବରିଷ୍ଟ ଅଧ୍ୟାପକ ଶ୍ରୀ ଗୋପୀନାଥ ମହାନ୍ତି (ରାଜନୀତି ବିଜ୍ଞାନ), ଶ୍ରୀ ଅମୟ କୁମାର ସ୍ୱାଇଁ (ଇତିହାସ ବିଭାଗ ),ଡ଼କ୍ଟର ଏ ଜିତେଶ ରାଓ ଦୋରା (ଅର୍ଥନୀତି ବିଭାଗ ),ପ୍ରେମାନନ ପ୍ରଧାନ,ଭକ୍ତଳତା ମହାପାତ୍ର,ସଲୀଳା ନାୟକ, ଭଞ୍ଜ କିଶୋର ଗୌଡ଼, ଏ ଶିବାନୀ ଦେବି ଆଚାର୍ୟ, ସିମାଞ୍ଚଳ ଗୌଡ଼,ଏନ. ମୁଦୁରାଜୁ ଦୋରା,ନବଘନ ପ୍ରଧାନ,ନାରାୟଣ ବଡୁ,ପ୍ରଦେଶ କୁମାର ସ୍ୱାଇଁ, ଆଶିଷ କୁମାର ନଇକ, ଶୁଭଲସମି ଖାଡ଼ଙ୍ଗା ପ୍ରମୁଖ ଯୋଗ ଦେଇଥିଲେ.ପରିଶେଷରେ ଏନ ଏସ ଏସ ବିଭାଗ ଦାଇତ୍ୱ ରେ ଥିବା ଅଧ୍ୟାପିକା ଶ୍ରୀମତୀ ମୀନତି ଆଚାରୀ (ଇରାଜୀ ବିଭାଗ) ଧନ୍ୟବାଦ ଅର୍ପଣ କରିଥିଲେ.

Leave a Reply

Your email address will not be published. Required fields are marked *