ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ଭାରତୀୟ ସମ୍ବିଧାନ ଓ ହେତୁବାଦ ଉପରେ ଆଲୋଚନାଚକ୍ର


ବ୍ରହ୍ମପୁର ତା ୨୬.୦୧.୨୦୨୫ ତାରିଖରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ମାନବବାଦୀ ହେତୁବାଦୀ ସଂଗଠନ , ଗଂଜାମ ଜିଲ୍ଲା ପକ୍ଷରୁ ଭାରତର ସମ୍ବିଧାନ ଓ ହେତୁବାଦ ବିଷୟରେ ଏକ ଆଲୋଚନା ଚକ୍ର କମାପଲ୍ଲୀସ୍ଥିତ ସଂକଳ୍ପ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ସଭାପତି ଇ.ଟି.ରାଓ, ସଭାପତିତ୍ୱକରି ସଭା ପରିଚାଳନା କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ରାହୁଲ ଖିଲାରେ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ। ପ୍ରଥମେ ସଂଗଠନର ସମ୍ପାଦକ କେ.ନନ୍ଦେଷୁ ସେନାପତି
ଅତିଥି ପରିଚୟ ଦେବାସହ ସଂଗଠନର ବିଭିନ୍ନ ବୈଜ୍ଞାନିକ ମନୋଭାବ ପୋଷଣ କରୁଥିବା ଓ କୁସଂସ୍କାର ଦୂରକରିବାପାଇଁ କାର୍ଯ୍ୟବିଷୟରେ କହିଥିଲେ।
ଆଲୋଚ୍ୟ ବିଷୟ ଉପରେ ଭାଲ ଚନ୍ଦ୍ର ଷଡଙ୍ଗୀ ସମ୍ବିଧାନ ସମସ୍ତ ସମ୍ପ୍ରଦାୟ, ଧର୍ମ ଜାତି ଜାତି ମଧ୍ୟରେ ସମାନତା ରକ୍ଷାପାଇଁ ଡ. ବାବା ସାହେବ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିଲା। କିନ୍ତୁ ବର୍ତ୍ତମାନ ତାହା ଦେଖାଯାଉନାହିଁ।
ସଂକ୍ଷିପ୍ତ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ରାହୁଲ ଖିଲାରେ ଭାରତୀୟ ସମ୍ବିଧାନ ହେତୁବାଦ ବା rationalism ଉପରେ କିପରି ଆଧାରିତ ସମ୍ବିଧାନର ମୁଖବନ୍ଧକୁ ଉଦ୍ଧାର କରି କହିଥିଲେ । ସମ୍ବିଧାନର ଧାରା ୫୧ (କ) ,(ଜ) ସମସ୍ତ ଭାରତର ନାଗରିକ ମାନଙ୍କ ” ବୈଜ୍ଞାନିକ ମନୋଭାବ ପୋଷଣ କରି ଅନ୍ଧ ବିଶ୍ୱାସ ଦୂର କରିବା, ମାନବବାଦ ଅର୍ଥାତ ମାନବୀୟ ମୂଲ୍ୟବୋଧ ଯାହା ବ୍ୟକ୍ତିର ସମ୍ମାନ ଅଧିକାର ଓ କଲ୍ୟାଣକୁ ଗୁରୁତ୍ବଦେବା , ପ୍ରଶ୍ନପଚାରିବା ଉତ୍ଛୁକତା ଓ ସଂସ୍କାର ପାଇଁ କାର୍ଯ୍ୟକରିବା ପ୍ରଗତିଶୀଳ ଚିନ୍ତାଧାରାକୁ ପ୍ରୋଛାହିତ କରିବା ଦାୟିତ୍ବ ଦିଆଯାଇଥିବା ଦର୍ଶାଇଥିଲେ”।
ସେହିପରି ସମ୍ବିଧାନର ଧାରା ୧୪ ଠାରୁ ୩୪ ଧାରା ପର୍ଯ୍ୟନ୍ତ ଦିଆଯାଇଥିବା ମୌଳିକ ଅଧିକାର ଅର୍ଥାତ କହିବା ,ରହିବା,ପଢିବା ଓ ଜାତି, ଧର୍ମ, ଲିଙ୍ଗଭେଦ, ଧନୀ ଗରିବ ସମସ୍ତେ ସମାନହୋଇ ରହିବା ଇତ୍ୟାଦି ଦିଆ ଯାଇଛି।

ଏହି କାର୍ଯ୍ୟକ୍ରମରେ ସୁନେଜ କୁମାର ପାଣିଗ୍ରାହୀ, କେ.ବାସବା ରାଜୁ, ମହର୍ଷି ସିଂ, ଡି.ମୋହନ ରାଓ, ଜମ୍ମୁଲା ସୁରେଶ,ଡ.ବିଧୁପ୍ରଭା ରଥ, ସ୍ୱପ୍ନା ସାହୁ, ଗାୟତ୍ରୀ ପାଣିଗ୍ରାହୀ , ମନୋଜ କୁମାର ପାଢୀ, ଶ୍ୟାମ ସୁନ୍ଦର ଖାଡଙ୍ଗା, ଅଶୋକ ଦଲାଇ, ସ୍ୱରାଜ ସୁବୁଦ୍ଧି, ସୋମନାଥ ବେହେରା, ପ୍ରତାପ ଚନ୍ଦ୍ର ପ୍ରଧାନ ହାକିମ ଖାଁ ,ନାରାୟଣ ସାହୁ, ନିମାଇଁ ଚରଣ ସାହୁ ,ଇ.ଏଲମା, ଲଷ୍ମୀ ନୃସିଂହ ରଥ ,ବୃନ୍ଦାବନ ଖଟେଇ, ସଅଣ୍ଡଷ୍ କୁମାର ମିଶ୍ର , ଆଦିତ୍ୟ ରଥ ,R.କ୍ରୀଷ୍ଣା ରେଡ୍ଡୀ, କେ.ଶ୍ରୀନିବାସ ସାହୁ ଓ ବହୁ ଶିକ୍ଷାବିତ୍, ମାନବବାଦୀ, ହେତୁବାଦୀ ଯୋଗଦେଇଥିଲେ।
ପରିଶେଷରେ କିଶୋର ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *