ଚଢ଼ାଦରରେ ବିଦେଶୀ ମଦ ବିକ୍ରିକୁ ନେଇ ଗ୍ରାହକ ଅସନ୍ତୋଷ

କଳାହାଣ୍ଡି: ଜୁନାଗଡ ସହରରେ ଦୁଇଟି ଠିପି ଖୋଲା ଓ ଦୁଇଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ଗୋଟିଏ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରାଜରାସ୍ତାକୁ ଲାଗିକି ସହରର ପ୍ରମୁଖ ସ୍ଥାନରେ ରହିଛି। ଏହି ଦୋକାନ ପାଖରେ ମା ଲଙ୍କେଶ୍ଵରୀ ମନ୍ଦିର, ବସଷ୍ଟାଣ୍ଡ, ଉଚ୍ଚ ବିଦ୍ୟାଳୟ, ଡାକ୍ତରଖାନା, ଏନ୍.ଏ.ସି କାର୍ଯ୍ୟଳୟ, ପିଡବ୍ଲୁଡି କାର୍ଯ୍ୟଳୟ, ଡାକବଙ୍ଗଳା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ବେ ସରକାରୀ କାର୍ଯ୍ୟାଳୟ ରହିଛି। ଅନ୍ୟ ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରାଜ ରାସ୍ତାକୁ ଲାଗି ଆର୍.ଡି. ଓ ଫାୟର ଅଫିସ୍ ପାଖରେ ରହିଛି। ଏହି ଦୋକାନ ଗୁଡକ ଯୋଗୁ ସର୍ବସାଧାରଣଙ୍କୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଥିଲା। କୁଆଡେ଼ କିଛି ପୂର୍ବତନ ନିର୍ବାଚିତ ପ୍ରତିନିଧି ଏ ବିଷୟରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇଥିଲେ। ହେଲେ କେଉଁ କାରଣ ଯୋଗୁଁ ଉଭୟ ପୂର୍ବତନ ନିର୍ବାଚିତ ପ୍ରତିନିଧିମାନେ ଓ ଅବକାରୀ ଅଧିକ୍ଷକ ଚୁପ ରହିଗଲେ ।ତାହାକୁ ନେଇ ଲୋକେ ସନ୍ଦେହ କରୁଛନ୍ତି । ଏହି ଉଭୟ ଦୋକାନରେ ବିକ୍ରି ହେଉଥିବା ସବୁ ବ୍ରାଣ୍ଡରେ ନିର୍ଦ୍ଧାରିତ ସର୍ବନିମ୍ନ ଖୁଚୁରା ମୂଲ୍ୟ ଠାରୁ ଅଧିକ ଚଢାଦରରେ ବିଦେଶୀ ମଦର ବିଭିନ୍ନ ବ୍ରାଣ୍ଡ ବିକ୍ରୀ କରାଯାଇ ଖୁଲମ ଖୁଲା ଗ୍ରାହମାନଙ୍କୁ ଶୋଷଣ କରାଯାଉଛି। ବିଭାଗୀୟ ଜ୍ଞାତସାରରେ ଏହା ଘଟୁଥିଲେ ହେଁ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିବା ଯୋଗୁଁ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ରିପୋର୍ଟ- ତୁଳମଣି ନାଗ, କଳାହାଣ୍ଡି।

Leave a Reply

Your email address will not be published. Required fields are marked *