ଗୋପ ବାଇପାସ କାର୍ଯ୍ୟ ସମୟରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଯୋଗୁ ଠିକାଦାର ମାଲେମାଲ

ଗୋପ :- ୧୪/୧୦/୨୫() ଗୋପ ବଜାର ରେ ଦୈନିକ ଟ୍ରାଫିକ ସମସ୍ୟା ଉପୁଜେ ତାର ସମାଧାନ ନିମନ୍ତେ ଏକ ବାଇପାସ ନିର୍ମାଣ କରାଯାଉଛି l ତତ୍କାଳୀନ ସରକାର ଙ୍କ ସମୟରୁ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ କରକାମଳ ରେ ଉଦଘାଟିତ ହୋଇଥିଲା l ଏଥିପାଇଁ ୯ କୋଟି ଟଙ୍କା ର ବ୍ୟୟ ବରାଦ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯନ୍ତ ସଂପୂର୍ଣ୍ଣ ହୋଇପାରିଲାନାହିଁ l କାର୍ଯ୍ୟରେ ନିୟୋଜିତ ଠିକାଦାର ଜାଣିଶୁଣି ଉକ୍ତ କାର୍ଯ୍ୟ କୁ ବିଳମ୍ବ କରୁଛନ୍ତି l ଯାହାଫଳରେ କି ପୁର୍ବ ବ୍ୟୟ ବରାଦ ଠାରୁ ଅଧିକ ମୂଲ୍ୟ ପାଇଁ ମସୁଧା ହେଉଛି l ବର୍ତ୍ତମାନ କାର୍ଯ୍ୟ ହେଉଛି ତାହା ଅତ୍ୟନ୍ତ ନିମ୍ନମାର ସହିତ ବ୍ୟବହୃତ ସାମଗ୍ରୀ ଗୁଡିକ ମଧ୍ୟ ଖରାଫ କହିଲେ ଚଳିବ l ସବୁଠୁ ବଡ଼ ଆଶ୍ଚର୍ଯ୍ୟ ର କଥା କାର୍ଯ୍ୟ ଚାଲିଥିବା ସମୟରେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନାହାନ୍ତି l ଏଣୁ ଠିକାଦାର ଙ୍କୁ ସୁହାଛୁ ଯେମିତି କଙ୍କଡା କୁ ଗୋଳିପାଣି ସଦୃଶ l କାର୍ଯ୍ୟ ରେ ନିୟୋଜିତ ଶ୍ରମିକ ଗୁଡିକ ଙ୍କର କୌଣସି ଅଭିଜ୍ଞତା ନ ଥିବା ହେତୁ ମନ ଇଛା କାର୍ଯ୍ୟ କରୁଛନ୍ତି l ଏଥିପ୍ରତି ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଟିକେ ଦୁଷ୍ଟି ଦେବାକୁ ଗୋପ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଦାବୀ ରହୁଛି l

Leave a Reply

Your email address will not be published. Required fields are marked *