ଠିକାଦାର ଓ ମୁନସୀ ଖେଳୁଛନ୍ତି ଖେଳ ,ମହିଳା ଶ୍ରମିକଙ୍କ ପାଇଁ ସାଜିଛି କାଳ


ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୌରାଞ୍ଚଳ ସ୍ଥିତ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ସଂଲଗ୍ନ ରିଫେକଟ୍ରିରେ କାର୍ଯ୍ୟରତ ୨୩ ଜଣ ମହିଳା ଶ୍ରମିକଙ୍କୁ ବିଭିନ୍ନ ଆଳ ଦେଖାଇ କାମ ଦେବା ନାଁରେ ଭୂଆଁ ବୁଆଉଛି ଠିକାଦାର ସଚ୍ଚିନ ଡାଲମିଆ । ଉକ୍ତ ମହିଳା ଶମିକ ମାନଙ୍କର ନିଯୁକ୍ତି ପତ୍ରରେ ଆହୁରି ୫ ବର୍ଷ ରହିଥିବା ବେଳେ ନର୍ମଦା , ଜୟଶ୍ରୀ ଏଣ୍ଟରପ୍ରାଇଜ ଭଳି ବିଭିନ୍ନ ଫାର୍ମ ଖୋଲି ଠିକାଦାର ମୁନସୀ ସୁନୀଲ କୁମାର ରଜକ ହାତରେ ଦାୟିତ୍ବ ଦେଇଥିବା ବେଳେ ମୁନସୀ ୨୩ ଜଣ ମହିଳା ଶ୍ରମିକଙ୍କୁ କାମ ନ ଦେଇ ହଇରାଣ ହରକତ କରିବା ସହ ନାଲି ଆଖି ଦେଖାଉଛି । ପ୍ରାୟ ଏକ ବର୍ଷ ଧରି କାମ ନ ପାଇ ଅଯଥା ଟାରେ ହଇରାଣ ହେବା ଦ୍ବାରା ସମସ୍ତ ମହିଳା ଶ୍ରମିକ ଗଣ ମିଶି ସୁନ୍ଦରଗଡ ଜିଲ୍ଲା ଶ୍ରମ ନିୟୋଜନ ଅଧିକାରୀଙ୍କୁ ଭେଟି ଠିକାଦାର , ମୁନସୀ ଓ ଫାର୍ମ ନାମରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଜିଲ୍ଲା ଶ୍ରମ ନିୟୋଜନ ଅଧିକାରୀ ସମସ୍ତ ବିଷୟରେ ସଂପୂର୍ଣ୍ଣ ଭାବେ ଅବଗତ ହେବା ପରେ ମୁନସୀକୁ ଡକାଇ ତାଗିଦ କରିଛନ୍ତି ଯେ ଏହି ମହିଳା ମାନଙ୍କର କାର୍ଯ୍ୟ ଅବଧି ଆହୁରୀ ୫ ବର୍ଷ ରହିଛି ତେଣୁ ସେମାନଙ୍କୁ ସୁହାଇଲା ଭଳି କାର୍ଯ୍ୟ ତୁରନ୍ତ ଦିଆଯାଉ । ଅନ୍ୟଥା ମୁଁ ଫାର୍ମ , ମୁନସୀ ଓ ଠିକାଦାର ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି । ଠିକାଦାର ଯଦି ଆଗକୁ କାମ କରିବାକୁ ଚାହୁଁଛି ତେବେ ଏଭଳି ଅଭିଯୋଗ ଯେପରି ଆଉଥରେ ନ ଆସେ ସେଥିପାଇଁ ଠିକାଦାର ଓ ମୁନସୀ ଉଭୟେ ସଜାଗ ରହିବାକୁ ନିର୍ଦ୍ଦେଶ । ତେବେ ଜିଲ୍ଲା ଶ୍ରମ ନିୟୋଜନ ଅଧିକାରୀ ଆହୁରି ମଧ୍ୟ ତାଗିଦ୍ କରିଛନ୍ତି ଯେ ଆସନ୍ତା ୨୫ ତାରିଖ ସୁଦ୍ଧା ୨୩ ଜଣ ମହିଳା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ନଚେତ ସେମାନଙ୍କର ୫ ବର୍ଷର ସଂପୂର୍ଣ୍ଣ ଟଙ୍କା ହସ୍ତାନ୍ତର ।

Leave a Reply

Your email address will not be published. Required fields are marked *