ରଥ୍ଵପୁର ଅଙ୍ଗନବାଡି କେନ୍ଦ୍ରରେ ୪ଦିନ ହେଲା ରୋଷେଇ ବନ୍ଦ.

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତ ଅଧୀନରେ ଥିବା ରଥିପୁର ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଗତିକରି ଏବେ ୪ଦିନ ହେଲା ସଂପୂର୍ଣ୍ନ ବନ୍ଦ ଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ କେନ୍ଦ୍ରକୁ ମାଡୁନଥିବା ଏବଂ ଉପଭୋକ୍ତା ଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଅଙ୍ଗନବାଡି କେନ୍ଦ୍ରରେ ନରଖି ନିଜ ଘରେରଖି ବଣ୍ଟନ କରୁଥିବା ଭଳି ଅଭିଯୋଗ ଆସିଥିଲା | ଗତ ଏପ୍ରିଲ ୨୮ ତାରିଖରେ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଯାଉନଥିବା ସହ ଫୋନ ଉଠାଉନଥିବା ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଜଣାଇଥିଲେ ହେଲ୍ପର ରଂଜିତା ପରିଡ଼ା। ପରେ ଅଙ୍ଗନବାଡ଼ି କର୍ମୀଙ୍କ ବାପା ଫୋନ କରି ହେଲ୍ପର ଙ୍କୁ ତାଗିଦ କଲାଭଳି ମନ୍ତବ୍ୟ ଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସଂଯୁକ୍ତା ସାମଲ ଓ ସୁପରଭାଇଜର ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ପହଂଚି ସ୍ଥାନୀୟ ଲୋକ ଓ ହେଲ୍ପର ଙ୍କ ଠାରୁ ଅଙ୍ଗନବାଡି କେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ବୁଝିବା ସହିତ ତଦନ୍ତ କରି ଥିଲେ। ପରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଶ୍ରୀମତୀ ସାମଲ ଖବର କାଗଜରେ ବାହାରିଥିବା ଘଟଣାରେ ସତ୍ୟତା ରହିଥିବା ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଥିଲେ। ଘଟଣାର ତଦନ୍ତ ହେବାର ପ୍ରାୟ ୨ମାସ ପରେ ଟାକରା ଅଙ୍ଗନବାଡି କର୍ମୀ ମନ୍ଦାକିନୀ ସାହୁଙ୍କୁ କେନ୍ଦ୍ର ଚଳାଇବା ଦାୟୀତ୍ୱ୍ୱ ଦେଇଥିଲେ । କିନ୍ତୁ ସୂଚନା ଥାଉକି ଟାକରା ଅଙ୍ଗନବାଡି କର୍ମୀ ଦାୟୀତ୍ୱ୍ୱ ନେଇଥିବା ପରେ ମଧ୍ୟ୍ୟ ଅଙ୍ଗନବାଡିର ଜଏଣ୍ଟ ଖାତାକୁ ଲିପ୍ସା ନାୟକ ଦାୟୀତ୍ୱ୍ୱରେ ଥିବା ଅଙ୍ଗନବାଡି କର୍ମୀ ମନ୍ଦାକିନୀ ସାହୁଙ୍କୁ ଦେଇନଥିବା ବେଳେ ଜୁନମାସରେ କିଶୋରୀ,ଗର୍ଭବତୀ ଅନ୍ୟାନ ହିତାଧିକାରୀଙ୍କୁ ଅଣ୍ଡା/ଶୁଖିଲା ଖାଦ୍ୟ ଦିଆନଯାଇ କେବଳ ହାତଗଣତି ହିତାଧିକାରୀଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା। ପରେ ଚଳିତ ଜୁଲାଇ ମାସରେ ଶୁଖିଲା ଖାଦ୍ୟ ଆସିଥିବା ବେଳେ ଅଣ୍ଡା ଦେଉନଥିବା ହେତୁ ଲୋକମାନେ କେବଳ ଶୁଖିଲା ଖାଦ୍ୟ ନେବାକୁ ମନା କରିଥିବା ଜଣାପଡ଼ିଛି।ଅନ୍ୟପକ୍ଷେ ହେଲ୍ପର ରଂଜିତା ପରିଡ଼ା ଦୀର୍ଘ ୪ ମାସ ହେବ କେନ୍ଦ୍ର ଚଳାଇ ଆସୁଥିବା ବେଳେ ବର୍ତମାନ ଆର୍ଥିକ ସଙ୍କଟ ଯୋଗୁଁ ଗତ ୪ ଦିନ ହେବ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ହୋଇନଥିବା କହିଛନ୍ତି ହେଲ୍ପର ରଂଜିତା ପରିଡ଼ା।ସାଧାରଣରେ ଶୁଣିବାକୁ ମିଳୁଛି ଏତେ ସବୁ ଘଟଣା ପରେ ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଙ୍କୁ ୩ ମାସ ଛୁଟି ମାଗିବାକୁ ଯାଇଥିବାବେଳେ ସେ ମନା କରିଦେବାରୁ ସେ ମଧ୍ୟ ନିଜ ଇଛାମୁତାବକ ଅଙ୍ଗନବାଡି କେନ୍ଦ୍ରକୁ ଗଲେନାହିଁ। ଯେଉଁଥିପାଇଁ ଅଙ୍ଗନବାଡି କର୍ମୀଙ୍କ ଦରମା ବନ୍ଦ କରି ଅନ୍ୟଜଣେ ଅଙ୍ଗନବାଡି କର୍ମୀ ଙ୍କୁ ଦାୟୀତ୍ୱ୍ୱ ଦେଇଦେଲେ ଅଧିକାରୀ। ଯଦି କୁହାଯାଏ ପୂର୍ବ ଅଙ୍ଗନବାଡ଼ି କର୍ମୀ ଲିପ୍ସା ନାୟକ ୩ ମାସ ଛୁଟି ମାଗିଥିବାବେଳେ ତାଙ୍କୁ ନମିଳିବାରୁ ସେ ମନଇଛା ଘରେ ରହିଗଲେ। ଏବେ ପୁଣି ମନହେଲେ ଯାଇ ନିଜ ଚାକିରୀରେ ଯୋଗଦେବେ। ତେବେ ସାଧାରଣରେ ପ୍ରଶ୍ନ ଉଠେ ୩ ମାସ ଛୁଟି ନମିଳିବାରୁ ସେ ମନଇଛା ରହିଲେ ପୁଣି ମନ ହେଲେ ଯୋଗଦେବେ ଯେଉଁଥିପାଇଁ ବିଭାଗ ତରଫରୁ କେବଳ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଦରମା ବନ୍ଦକରି ଅନ୍ୟକୁ ଦାୟୀତ୍ୱ୍ୱ ଦେଇଦେବେ। ଏ ସମ୍ପର୍କରେ ମହିଳା ଶିଶୁ ବିକାଶ ଅଧିକାରିଣୀ ଙ୍କୁ ପଚାରିବାରୁ ଅଙ୍ଗନବାଡି କର୍ମୀଙ୍କୁ କେଉଁଠୁ ଖୋଜିକି ଆଣିବି, ତାଙ୍କୁ ଯୋଗଦେବା ପାଇଁ ନୋଟିସ ହୋଇଛି ନହେଲେ ତାଙ୍କୁ ବାହାର କରିଦିଆଯିବ ବୋଲି କହିଥିଲେ। ତେବେ ରଥିପୁର ଅଙ୍ଗନବାଡି କେନ୍ଦ୍ର ସମସ୍ତ ଙ୍କ ପାଇଁ ଉଦାହରଣ ପାଲଟିବ କି ଯେ, ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ରହିଲେ କିଛି ଅସୁବିଧା ହେବନାହିଁ। ଖାଲି ଦରମା ବନ୍ଦ କରିବା ସହିତ କାରଣ ଦର୍ଶାଅ ନୋଟିସ ଟିଏ ଜାରି ହୋଇଯିବ ତା ସାଙ୍ଗକୁ ଯୋଗଦେବା ପାଇଁ ଚିଠି ଟିଏ ହୋଇ ରହିଯିବ। ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନଉଠେକି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଏବଂ ଅଙ୍ଗନବାଡି କର୍ମୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବାରୁ ସାଧାରଣ ଜନତା ଓ କୋମଳମତି ଶିଶୁ ହନ୍ତସନ୍ତ ହେଉଛନ୍ତି। ଏବଂ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *