ମନରେଗା ଯୋଜନାରେ ମହାଦୁର୍ନତି।ମଣିଷ ବଦଳରେ ଜେଶିବି ଖୋଲିଛି ଜଳ ବିଭାଜିକା ଓ ବିଦ୍ୟୁତ୍ ବିଭାଗର ଜାଗାରେ ବନ୍ଧ।

ଫୁଲବାଣୀ:-୨୩/୦୭- ଗ୍ରାମାଞ୍ଚଳରେ ବସ ବାସ କରୁଥିବା ଗରିବ ଶ୍ରେଣୀର ଶ୍ରମିକ ମାନଙ୍କ ବେରୋଜଗାରି ଦୂର କରିବା ପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାଧ୍ୟମରେ ବର୍ଷକୁ ୧୦୦ଦିନର ନିଶ୍ଚିତ କାମ ଯୋଗାଇ ଦେଇ ରୋଜଗାର ଦେଉଛନ୍ତି ।ମାତ୍ର ଉକ୍ତ ଯୋଜନାରେ ନିଯୁକ୍ତି ଥିବା କିଛି ଅସାଧୁ କର୍ମ ଚାରି ଯୋଗୁଁ ଗରିବ ଶ୍ରମିକ ପେଟରେ ଲାତ ମାରି ଗରିବ ଶ୍ରମିକ କାମ କରି ଯେଉଁ ଅର୍ଥ ପାଇଥାନ୍ତା ତାହା ହରି ଲୁଟ କରାଯାଉଛି ।ଶ୍ରମିକର ହକ ଓ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । ମନରେଗା କାମରେ ଶ୍ରମିକ ବଦଳରେ ଯେଶିବି କାମ କରି ଜେସିବି ମେସିନ ଖାଉଛି ଶ୍ରମିକ ଟଙ୍କା। ହାତ ବାନ୍ଧି ବସିଛି ଶ୍ରମିକ ।ମାଟି ଖୋଳୁଛି ଜେଶିବି ମେସିନ।ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ।ପ୍ରଶାସନିକ ଅନୁମୋଦନ ଓ ବିନା ସୂଚନା ଫଳକ ରେ ପୋଖରୀ ଖୋଳା ଚାଲିଛି ଖଜୁରୀପଡ଼ା ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତ ରେ ମନରେଗା ଯୋଜନାରେ ମଣିଷ ବଦଳରେ କାମ କରୁଛି ମେସିନ। କରୋନା ମହାମାରୀ ସମୟରେ ଲୋକଙ୍କୁ ମନରେଗା ଯୋଜନା ମାଧ୍ୟମରେ ସରକାର କାମ ଯୋଗାଇ ଦେଇଛନ୍ତି । କିନ୍ତୁ ଦାୟିତ୍ଵ ରେ ଥିବା ଅଧିକାରୀ ମାନଙ୍କର ଦାୟିତହୀନତା ଯୋଗୁଁ ମଣିଷ ବଦଳରେ ମେସିନ କରୁଛି କାମ।ମନରେଗା ଯୋଜନାରେ ପ୍ରଥମେ ସୂଚନା ଫଳକ ଆଉ ତାପରେ କାମ ଆରମ୍ଭ ହେବା ନିୟମ ରହିଛି।କିନ୍ତୁ ନା ଏଠି ଅଛି ସୂଚନା ଫଳକ ନା କାମ କରୁଛନ୍ତି ଲୋକେ। ଖଜୁରୀପଡ଼ା ବ୍ଲକର ପିରିକୁଡ଼ି ଗ୍ରାମ ପଞ୍ଚାୟତ ର ବେଡ଼ାଙ୍ଗପାଜୁ ଗ୍ରାମରେ ଦେଖିବାକୁ ମିଳିଛି ମନରେଗା ଯୋଜନା ର ମହା ଦୁର୍ନୀତି ଏକ ଜଲ୍ଵନ୍ତ ଉଦାହରଣ । ଉକ୍ତ ଗ୍ରାମରେ ଜଳ ବିଭାଜିକା ଓ ବିଦ୍ୟୁତ୍ ବିଭାଗର ନାମରେ ଥିବା ଖାତା ନଂ -୧୨୨ ଓ ପ୍ଲଟ ନଂ – ୧୩୩୫ ଜାଗାରେ ବିଚିତ୍ର ପ୍ରଧାନ ନାମକ ବ୍ୟକ୍ତି ଜେସିବି ମେସିନ ଲଗାଇ ପୋଖରୀ ଖୋଳୁ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାଧ୍ୟମରେ ବିଚିତ୍ର ପ୍ରଧାନ ନିଜ ପଟ୍ଟା ଜାଗାରେ ଫାର୍ମ ପଣ୍ଡ ଖୋଲିବା ପାଇଁ ଜଳଛାୟା ବିଭାଗ କାର୍ଯ୍ୟାଳୟ ତରଫରୁ କାର୍ଯ୍ୟାଦେଶ ହୋଇଥିବା ବେଳେ ବିଚିତ୍ର ପ୍ରଧାନ ଜଳ ବିଭାଜିକା ଓ ବିଦ୍ୟୁତ୍ ବିଭାଗର ଜାଗାରେ ଶ୍ରମିକ ବଦଳରେ ମେସିନ ଲଗାଇ ପୋଖରୀ ଖୋଳି ଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି ।ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ଖଜୁରୀପଡ଼ା ତହସିଲ ଦାର ସ୍ଵପ୍ନିତା ନାୟକ ଏବଂ ଗୁଦାରୀ ରାଜସ୍ବ ନୀରିକ୍ଷକ ସୁନିଲ କୁମାର ଦିଗାଲ ବେଡ଼ାଙ୍ଗପାଜୁ ଗ୍ରାମକୁ ଯାଇ ପୋଖରୀ ଖୋଳା ହେଉଥିବା ସ୍ଥାନକୁ ଯାଇ ଡିମାର କେସନ୍ କରି ବିଚିତ୍ର ପ୍ରଧାନ ଖୋଳୁଥିବା ପୋଖରୀ ଜଳ ବିଭାଜିକା ଓ ବିଦ୍ୟୁତ୍ ବିଭାଗର ଜାଗା ବୋଲି ଚିହ୍ନଟ କରି ବନ୍ଧ ଖୋଳା କାର୍ଯ୍ୟ କୁ ଦୁଇ ମାସ ତଳେ ବନ୍ଦ କରିଥିଲେ। କିନ୍ତୁ ବିଚିତ୍ର ପ୍ରଧାନ ପୁଣି ଥରେ ସେହି ସ୍ଥାନରେ ତହସିଲ ଦାର ଏବଂ ଆର୍ ଆଇ ଙ୍କ କଥାକୁ ଅବମାନନା କରି ସୋମବାର ଦିନ ପୁଣି ପୋଖରୀ ଖୋଳା କାର୍ଯ୍ୟ ଆରମ୍ଭ କରିଥିଲା ।ପୁଣି ଆଉ ଥରେ ଗ୍ରାମବାସୀ ଅଭିଯୋଗ କରିବା ପରେ ଆର୍ ଆଇ ସୁନିଲ କୁମାର ଦିଗାଲ ଉକ୍ତ ସ୍ଥାନକୁ ଯାଇ କାମ ବନ୍ଦ କରିବା ପରେ ମଧ୍ୟ କାମ ବନ୍ଦ ନ କରିବାରୁ ବେଡ଼ାଙ୍ଗପାଜୁ ଗ୍ରାମବାସୀ ମଙ୍ଗଳ ବାର ଦିନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ଗଣମାଧ୍ୟମ ପ୍ରତିନିଧି ଉକ୍ତ ସ୍ଥାନକୁ ଯାଇ ପୋଖରୀ ଖୋଳା କାର୍ଯ୍ୟ ଯେଶିବି କରୁଥିବାର ଦେଖି ଫୋଟ ଉଠାଇ ଥିଲେ।ଗଣମାଧ୍ୟମ ପ୍ରତିନିଧି ଫୋଟ ଉଠାଉଥିବା ଦେଖି ପୋଖରୀ ଖୋଳା କାର୍ଯ୍ୟ ବନ୍ଦ କରି ସେହି ସ୍ଥାନରୁ ଯେସିବି ଡ୍ରାଇଭର ଜେଶିବୀ ମେସିନ୍ ଧରି କାମ ବନ୍ଦ କରି ପଳାଇ ଥିଲା।କିନ୍ତୁ ପୁଣି ସନ୍ଧ୍ୟା ୫ ଟା ବେଳେ ବିଚିତ୍ର ପ୍ରଧାନ ଆଉ ଥରେ ଯେଶିବୀ ମେସିନ ଡକାଇ ରାତି ତମାମ ପୋଖରୀ ଖୋଳି ପୋଖରୀ ଖୋଳା କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରକାରୀ ଜାଗାରେ କିଭଳି ଜଣଙ୍କ ନାମରେ ପୋଖରୀ ଖୋଲିବା ନିମନ୍ତେ ଆଦେଶ ଦିଆଗଲା ଏବଂ କାହା ସ୍ୱାର୍ଥରେ ଶ୍ରମିକ ମାନଙ୍କ ଦ୍ୱାରା ଖୋଳା ଯିବାକୁ ଥିବା ପୋଖରୀକୁ ଯେସିବି ମେସିନରେ ଖୋଳା ଯାଉଛି ।କେବଳ ଏହି ଗୋଟିଏ ସ୍ଥାନରେ ନୁହେଁ ଖଜୁରୀପଡ଼ା ବ୍ଲକ ର ୧୪ ଗୋଟି ଗ୍ରାମ ପଞ୍ଚାୟତରେ ଏଭଳି ମଣିଷ ବଦଳରେ ଜେଷିବି ମେସିନ ପୋଖରୀ ଖୋଳୁଥିବା ଦେଖିବାକୁ ମିଳିଛି।ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଲେ ମଧ୍ୟ ବର୍ତ୍ତମାନ୍ ସୁଦ୍ଧା କାର୍ଯାନୁଷ୍ଠାନ ସୁନ । ଏ ନେଇ ଜଳଛାୟା ବିଭାଗ ର ଜେଇ ଏବଂ ତହସିଲ ଦାର ଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ହୋଇ ପାରିନାହିଁ ।ତେଣୁ ରାଜସ୍ବ ନିରୀକ୍ଷକ ଅଧିକାରୀ ସୁନିଲ କୁମାର୍ ଦିଗାଲ ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ବିଚିତ ପ୍ରଧାନ ଯେଉଁ ଜାଗାରେ ପୋଖରୀ ଖୋଲୁଛି ତାହା ଜଳ ବିଭାଜିକା ଓ ବିଦ୍ୟୁତ୍ ବିଭାଗର ଖାତା ନଂ ୧୨୨ ଓ ପ୍ଲଟ ନଂ୧୩୩୫ ନାମରେ ଅଛି ତେଣୁ ତହସିଲଦାର ଓ ମୁଁ ସେଇ ସ୍ଥାନରେ ପୋଖରୀ ଖୋଳିବା ପାଇଁ ମନା କରିଥିଲୁ ।ବିଚିତ୍ର ପ୍ରଧାନ ର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବାରୁ ସେ ପ୍ରତିକ୍ରିୟା ଦେବାକୁ ରୋକ୍ ଠୋକ୍ ମନା କରିଦେଲେ ।ଅନ୍ୟ ପକ୍ଷରେ ଜଳ ବିଭାଜିକା ର କନିଷ୍ଠ ଯନ୍ତ୍ରୀ ହୃଷି କେଶ ଦାସ ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ସେ ଏ ସମ୍ବନ୍ଧରେ ଅବଗତ ରହିବା ସହିତ ଏସ, ଡି, ଓ ଙ୍କୁ ଏବଂ ତହସିଲଦାରଙ୍କୁ ଜଣାଇଥିବା କହିଛନ୍ତି । ଏଠି ପ୍ରଶ୍ନ ଉଠିଛି ବିନା ସୂଚନା ଫଳକ ରେ ଶ୍ରମିକ ବଦଳରେ ମେସିନ କାମ କରିବା ପୁଣି ସରକାରୀ ଜାଗାରେ ଜୋର୍ ଜବରଜସ୍ତ ପୋଖରୀ ଖୋଲାଯିବା ଭଳି ମହା ଦୁର୍ନୀତି କାହା ଆଦେଶରେ ହେଉଛି।ବର୍ତ୍ତମାନ୍ ସୁଦ୍ଧା ହିତାଧିକାରୀ ଜଳ ବିଭଜିକା ଓବିଦ୍ୟୁତ୍ ବିଭାଗର ଜାଗାରେ ପୋଖରୀ ଖୋଲୁ ଥିବା ନେଇ ତହସିଲଦର୍ ଓ ରାଜସ୍ବ ନୀରିକ୍ଷକ ଅଧିକାରୀ ମନା କରି ଥିବା ଖବର ଜଳ ଛାୟା ବିଭାଗ କିପରି ଜାଣିପାରୁନାହିଁ କି ଜାଣି ଶୁଣି ଚୁପ୍ ବସିଛି ।ତେଣୁ ଜିଲ୍ଲା ପାଳ ଏଥିପାଇଁ ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି । ଜିଲ୍ଲା ପ୍ରଶାସନ ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *