ବନବିଭାଗ ଏବଂ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଗୋରୁ ବୋଝେଇ ଗାଡ଼ି ଜବତଗଣିଆ
– ଗଣିଆ ବନବିଭାଗ ଏବଂ ଦଶପଲ୍ଲା ବନବିଭାଗ ମିଳିତ ଉଦ୍ୟମରେ ଏକ ଗୋରୁ ବୋଝେଇ ପିକଅପ୍ ଜବତ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଗତକାଲି ବିଳମ୍ବିତ ରାତ୍ରୀରେ ଏକ କାଠ ଟ୍ରକ ଯିବା ଖବର ପାଇ ରେଞ୍ଜର ସୁମନ ମାଝିଙ୍କ ନିର୍ଦେଶରେ ଉଭୟ ଦଶପଲ୍ଲା ଏବଂ ଗଣିଆ ବନବିଭାଗ ପାଟ୍ରୋଲି° କରୁଥିବା ବେଳେ ଦଶପଲ୍ଲା ଦିଣ୍ଡାଭୁଇଁ ଠାରୁ ପାଲ ବନ୍ଧା ହୋଇଏକ ଗୋରୁ ବୋଝେଇ ପିକଅପ୍ ଆସୁଥିବା ବେଳେ ବନବିଭାଗ କର୍ମଚାରୀ ତାକୁ ପିଛା କରିଥିଲେ । ଗଣିଆ ଫରେଷ୍ଟର ମନୋଜ ପ୍ରଭାକର ସାହୁ ଏବଂ ଅନ୍ୟ ବନ ବିଭାଗୀୟ ଅଧିକାରୀ ତାକୁ ପିଛା କରୁଥିବା ଦେଖି ଗାଡିଟିକୁ ପ୍ରଥମେ ଗଣିଆ ହାଟ ପଡ଼ିଆ ଓ ପରେ ଓ୍ବାଲିପୁର ବାଲିଘାଟ ପର୍ଯ୍ୟନ୍ତ ନେଇ ଚାଲି ଯାଇଥିଲା ଡ୍ରାଇଭର ଜଣକ । ତେବେ ସେଠାରେ ଗାଡିଟି ପମ୍ପଚର ହୋଇଯିବାରୁ ଉପାୟଶୂନ୍ୟ ହୋଇ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲେ । ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ପାଲ ଖୋଲି ଦେଖିଲା ବେଳକୁ ଗାଡି ଭିତରେ ମୁହଁ ବନ୍ଧା ହୋଇ ୧୩ଟି ଗୋରୁ ଥିଲେ । ସଙ୍ଗେ ସଙ୍ଗେ ସେ ଗଣିଆ ଥାନାକୁ ଖବର ଦେଇଥିଲେ । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଗୋରୁ ଗୁଡ଼ିକୁ ଉଦ୍ଧାର କରି ଗୋଶାଳାରେ ନେଇ ଛାଡ଼ିବା ସହିତ ଗାଡିଟିକୁ ଜବତ କରି ଗଣିଆ ଥାନାକୁ ଆଣିଥିବା ଜଣାପଡିଛି । ତେବେ ଅଧିକ ତଦନ୍ତ ପରେ ଗାଡି ମାଲିକ ସହିତ ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିଷୟରେ ଜଣାପଡିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
