ବାଦୁଆ ସ୍ଥିତ ଗୋସାଲା ଠାରେ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଦୁଆ ସ୍ଥିତ ଗୋସାଲା ଠାରେ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ବାଦୁଆ ସ୍ଥିତ ଗୋଶାଳା ଠାରେ କାର୍ତ୍ତିକ ମାସ ଅଷ୍ଟମୀ ଶୁକ୍ଳପକ୍ଷ ଗୋଷ୍ଟାଷ୍ଟମି ଗୋ ପୂଜନ ଦିବସ ଉପଲକ୍ଷେ ସୁରଭି ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ କର୍ଚୁଲି ମଠର ମହନ୍ତ ମହାରାଜା ସୋରଡ଼ା ସାଂସଦ ପ୍ରତିନିଧି ଶ୍ରୀ ସିମଞ୍ଚଳ ଅଧିକାରୀ ଯୋଗ ଦେଇଥିବା ବେଳେ ସରାବାଡି ମଣ୍ଡଳ ସଭାପତି ଶ୍ରୀ ସତ୍ୟ ନାରାୟଣ ଗୌଡ , ବରିଷ୍ଟ ବିଜେପି ନେତା ଭଗବାନ ମୁନି ଓ ମଣ୍ଡଳ ର ସମସ୍ତ ଦେବଦୁଲଭ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ଗୋ ମାତାଙ୍କୁ ପୂଜନ କରି ମହନ୍ତ ମହାରାଜ ଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି ଭଜନ କୀର୍ତ୍ତନ ଓ ପ୍ରବଚନ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ମହନ୍ତ ମହାରାଜ ଗୋ ମାତା ଙ୍କ ଉପରେ କିଛି ବାଣୀ ପ୍ରଦାନ କରିଥିଲେ l

ଗୋ ମାତା ଙ୍କୁ କି ଭଳି ପାଳନ କରିବା ସେମାନଙ୍କ ପ୍ରତି ଲୋକ ମାନଙ୍କ ଶ୍ରଦ୍ଧା କିଭଳି ରହିବା ଦରକାର ଓ କିଛି ଅସାମାଜିକ ବ୍ୟକ୍ତି ମାନେ ଗୋ ମାତା ଙ୍କ ପ୍ରତି କୁ କାର୍ଯ୍ୟ ଓ ବ୍ୟବସାୟ କାର୍ଯ୍ୟରେ ଲଗାଯାଉଥିବା କାର୍ଯ୍ୟ କୁ କିଭଳି ରୋକହାଇପରିବ l ଗୋ ହତ୍ୟା କୁ କିଭଳି ରୋକିବା ସେ ଉପରେ ଆଲୋଚନା କରି ଆଧ୍ୟାତ୍ମିକ ଉପରେ ଆଲୋଚନା କରାଯାଇଥିଲା l ଏହି ଭଳି ଗୋ ମାତାଙ୍କ ପ୍ରତି ସମ୍ମାନ ଓ ପୂଜନ ହୋଇଥିବା ଦେଖି ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶଂସାର ସୁଅ ଛୁଟିଥିଲା l

Leave a Reply

Your email address will not be published. Required fields are marked *