କିଟ ଛାତ୍ରୀ ମୃତ ଘଟଣାର ବିଚାରବିଭାଗୀୟ ତଦନ୍ତଦାବିରେ ସିପିଏମର ବିକ୍ଷୋଭ l

ବ୍ରହ୍ମପୁର – ଆଜି ସିପିଏମ ଗଂଜାମ ଜିଲ୍ଲା କମିଟି ପକ୍ଷରୁ କିଟ ଛାତ୍ରୀ ମୃତ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବିରେ ଦକ୍ଷିଣାଞ୍ଚଳ RDC ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି ବିକ୍ଷୋଭରେ ପାର୍ଟିର ବରିଷ୍ଠ ରାଜ୍ୟନେତା ଅଳି ପଟ୍ଟନାୟକ ଯୋଗଦେଇ କିଟ ଛାତ୍ରୀ ମୃତ ଘଟଣା ଆମ ରାଜ୍ୟ ଓ ଦେଶ ପାଇଁ ଏକ କଳଙ୍କ । ଏହାକୁ ଦୃଢ଼ ନିନ୍ଦା କରିଥିଲେ। ସହପାଠୀ ବାରମ୍ବାର ନିର୍ଯାତିତ ହେବା ,କିଟ କର୍ତ୍ତୃପକ୍ଷ ଛାତ୍ରୀ ଅଭିଯୋଗକୁ ଗୁରୁତ୍ୱ ନଦେବା ଏବଂ ପରିଶେଷରେ ମୃତ୍ୟୁ ହେବା ସ୍ବାଭାବିକ ଭାବେ ଛାତ୍ର ଛାତ୍ରୀଙ୍କୁ ଆତଙ୍କିତ କରିଥିଲା। ସେମାନଙ୍କ ନିରାପତ୍ତା ପାଇଁ ଆନ୍ଦୋଳନ କରିବା ସ୍ୱାଭାବିକ।ସେମାନଙ୍କୁ ଭରଷା ଦେବା ପରିବର୍ତେ କିଟ କର୍ତ୍ତୃପକ୍ଷ ଦମନ ନୀତି ଗ୍ରହଣ କରିବା, ଜବରଦସ୍ତ ସେମାନଙ୍କୁ କଟକ ଓ ଅନ୍ୟ ଅଜଣା ଷ୍ଟେସନରେ ଛାତ୍ର ମାନଙ୍କୁ ଛାଡ଼ିଦେବାଭଳି ଅମାନୁଷିକ ଓ ଅପରାଧୀ କାର୍ଯ୍ୟ।ସେହିଭଳି ଆମର ପଡୋଶୀ ବନ୍ଧୁ ରାଷ୍ଟ୍ର ନେପାଳ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦୁଇ ଦେଶର ସଂମ୍ପର୍କ ତିକ୍ତ ସୃଷ୍ଟି କରିବ। ତେଣୁ ଅତିଶୀଘ୍ର କିଟ ମୁଖ୍ୟଙ୍କୁ ଗିରଫ କରିବା ପାଇଁ ଦାବୀ କରିଥିଲେ।ସେହିଭଳି ରାଜ୍ୟ ସରକାର ,କେନ୍ଦ୍ର ସରକାର, UGC କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି କରିଛି।କିଟ ସହିତ ଅନୈତିକ ସମ୍ପର୍କ ରହିଥିବା ଆଶଙ୍କା ହେଉଛି।ତେଣୁ ରାଜ୍ୟ ସରକାରଙ୍କ ପ୍ରସାଶନିକ ତଦନ୍ତ ଘଟଣାର ଘଣ୍ଟଘୋଡାଇବା ପାଇଁ ଉଦ୍ଧିଷ୍ଟ ବୋଲି ଆଶଙ୍କା ସୃଷ୍ଟି ହୋଇଛି।ତେଣୁ ଘରୋଇ ଶିକ୍ଷା ନୁଷ୍ଠାନର ଛାତ୍ର ଦମନ ନୀତି, ଅଭିବାବକମାନଙ୍କୁ ଶୋଷଣ କରିବା କାର୍ଯ୍ୟ ଓ ଶିକ୍ଷାନୁଷ୍ଠାନରେ ଶିକ୍ଷା ପରିବେଶ ସୃଷ୍ଟି କରିବା ପାଇଁ ବିଚାର ବିଭାଗୀୟ ତଦନ୍ତ ଆବଶ୍ୟକ ବୋଲି ଦାବୀ କରିଥିଲେ।ଏକ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ତତ୍ୱବାଧାନରେ ତଦନ୍ତ କରିବାହିଁ ଘଟଣାର ସତ୍ୟାସତ୍ୟକୁ ଲୋକ ଲୋଚନକୁ ଆଣିପାରିବ ବୋଲି ଦାବିକରିଥିଲେ।ଏଥିରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, କୈଳାଶ ଷଡଙ୍ଗୀ, ରାମଚନ୍ଦ୍ର ନାୟକ, ବିଦ୍ୟାଧର ଜେନା, ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ଵିଷ୍ଣୁ ପ୍ରିୟା ସାହୁ, ଜୟନ୍ତୀ ବଳା ଷଡଙ୍ଗୀ, ଅଜୟ ଗୌଡ଼, ବିଜୟ ବିଶୋଇ, ଗୋକୁଳ ତ୍ରିପାଠୀ,ରଞ୍ଜନ ପାତ୍ର,ରାଜା ରାଓ, ଚନ୍ଦ୍ର ନାୟକ,ମଧୁ ବେହେରା ପ୍ରମୁଖ ନେର୍ତ୍ତୃତ୍ୱ ନେଇଥିଲେ।ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ସ୍ମାରକପତ୍ର RDC ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *