SIR ବାତିଲ ଦାବୀରେ ସିପିଏମର ବିକ୍ଷୋଭ।

ବ୍ରହ୍ମପୁର – ନିର୍ବାଚନ କମିଶନ ଅସମ୍ବିଧାନିକ ଭାବେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରିରଖିଛନ୍ତି। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି, ଲୁକ୍କାୟିତ ଭାବେ ତଥାକଥିତ ନାଗରିକ ତାଲିକା ପ୍ରସ୍ତୁତ କରିବା। ଯାହାକି 5 ବର୍ଷ ପୂର୍ବେ ଦେଶବାସୀ ଆଗ୍ରାହ୍ୟ ଘୋଷଣା କରିଛନ୍ତି। ଏହି ଯୋଜନାରେ ଅଳ୍ପସଂଖ୍ୟକ, ପ୍ରବାସୀ ଶ୍ରମିକ ଓ ବିଜେପି ବିରୋଧୀଙ୍କୁ ତାଲିକାରୁ ବାଦଦେବା ଯୋଜନା କରାଯାଉଛି। ନିର୍ବାଚନ କମିଶନ ଭୋଟରଙ୍କ ପରିଚୟ ପାଇଁ ଆଧାରକାର୍ଡ,ଭୋଟର କାର୍ଡ ଓ ରେସନ କାର୍ଡକୁ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ଉପଦେଶକୁ ମଧ୍ୟ ଗ୍ରହଣ କରିନାହାଁନ୍ତି।ଫଳରେ ବିହାରରେ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡିଛନ୍ତି।ନିର୍ବାଚନ କମିଶନ ପରିଚୟ ପତ୍ର ପାଇଁ ଯେଉଁ ସର୍ତ୍ତ ରଖିଛନ୍ତି ତାହା ସୁପ୍ରିମକୋର୍ଟ ଜର୍ଜ ମାନଙ୍କ ପାଖରେ ମଧ୍ୟ ନ ଥିବା ବିଚାରବେଳେ ଜର୍ଜ ମାନେ ପ୍ରକାଶ କରିଥିଲେ।ତେଣୁ ସାଧାରଣ ଲୋକଙ୍କ ପାଇଁ ଯୋଗାଡ଼ କରିବା ସହଜ ନୁହେଁ।

ଲକ୍ଷ ଲକ୍ଷ ନାଗରିକ ଭୋଟ ଦେବା ଅଧିକାରରୁ ବଂଚିତ ହେବେ। ଏହାକୁ ସାରା ଦେଶରେ ଲାଗୁକରିବା ଯୋଜନା କରାଯାଇଛି।ତେଣୁ ଅତିଶୀଘ୍ର SIR କୁ ବାତିଲ କରିବା ପାଇଁ ଦାବି କରାଯାଇଛି।ସେହିଭଳି ନିର୍ବାଚନ କମିଶନ ନିରପେକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ଦାବି କରାଯାଇଛି।ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଅଫିସ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉପଜିଲ୍ଲାପାଳଙ୍କ ଜରିଆରେ ନିର୍ବାଚନ କମିଶନଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବିଦ୍ୟାଧର ଜେନା, ଶିଵ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବିଷ୍ଣୁପ୍ରିୟା ସାହୁ, ବାପିନି ନାୟକ, ଗୋକୁଳ ତ୍ରିପାଠୀ , ହରିନାହାକ, ପୁରସ୍ତମ ସାହୁ ଓ କାଳି ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *