ପଞ୍ଚକୁଲାରେ ୧୭ ବର୍ଷରୁ କମ ବାଳିକା କ୍ରିକେଟ ୩ ଫେବୃୟାରୀ ରୁ
ପଞ୍ଚକୁଲାରେ ୧୭ ବର୍ଷରୁ କମ ବାଳିକା କ୍ରିକେଟ ୩ ଫେବୃୟାରୀ ରୁ
ପୁରୀ ୨/୨ ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ ଭୁବନେଶ୍ୱର ତରଫରୁ ୧୭ ବର୍ଷ ରୁ କମ ବାଳିକା କ୍ରିକେଟ ଟିମ ର ୧୬ ଜଣ ଖେଳାଳି ହରିୟାଣା ର ପଞ୍ଚକୁଲାରେ ପହଞ୍ଚିଛନ୍ତି।୬୮ ତମ ଜାତୀୟ ସ୍ତର ବାଳିକା କ୍ରିକେଟ ଚଳିତ ବର୍ଷ ପଞ୍ଚକୁଲା (ହରିୟାଣା ) ଠାରେ ଫେବୃଆରୀ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏଥିରେ ଅଂଶଗ୍ରହଣ କରିବା ପାଇଁ ଏକ କୋଚିଂ କ୍ୟାମ୍ପ ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ଗତମାସ ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏଥିରେ ଦୀପଶିଖା ନାୟକ, ସୁପ୍ରଭା ବିଶ୍ୱାଳ,ନିବେଦିତା ହରିଜନ,ଅନେଶ ନାୟକ, ସ୍ମୃତି ରେଖା ରାୟ,ବିଷ୍ଣୁ ପ୍ରିୟା ଜେନା, ବୀଣା ଗଣ୍ଡ, ଜ୍ୟୋତ୍ସ୍ନା ସିଂ, ଦିପ୍ତୀମୟୀ ଜେନା,ପ୍ରତିଷ୍ଠା ପ୍ରିୟଦର୍ଶିନୀ, ପ୍ରତିଭା ମହାନ୍ତି, ଅଭିଲିପ୍ସା ସାହୁ, ପଦ୍ମିନୀ ସଏ, ରୋମି ପ୍ରଲିପ୍ତା ମଲ୍ଲିକ, ଦମୟନ୍ତୀ ଜେନା ଓ ହେନା ଓରାମ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ।ଏହି ଜାତୀୟ କ୍ରିଡା ରେ ଯୋଗ ଦାନ ପାଇଁ ମାଧ୍ୟ୍ୟମିକ ଶିକ୍ଷା ନିଁର୍ଦୈଶାଳୟ ଓଡିଶା,ନିଁର୍ଦେଶକ ଶାରୀରିକ ଶିକ୍ଷା ଜ୍ୟୋତି ପ୍ରସାଦ ପରିଡା,
ପ୍ରଶିକ୍ୟକ ଜ୍ୟୋତି କମଲ, ମ୍ୟାନେଜର ଶାନ୍ତନୁ କୁମାର ରାଉତ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ କ୍ରିଡାବିତ ଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି।
