ପରବ ଅବସରରେ ରେ ସାମ୍ବାଦିକ ଓ ଓକିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ
ପରବ ଅବସରରେ ରେ ସାମ୍ବାଦିକ ଓ ଓକିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ lକୋରାପୁଟ:ଆସନ୍ତା ଡ଼ିସେମ୍ବର 14 ରୁ 18 ତାରିଖ ପର୍ଯ୍ୟନ୍ତ କୋରାପୁଟ ସ୍ଥିତ ରଙ୍ଗବାଲି କୁମ୍ଭା ଠାରେ ଜାତୀୟ ସ୍ତରୀୟ ମହୋତ୍ସବ ପରବ ଅନୁଷ୍ଠିତ ହେଉଛି l ପରବ ଅବସରରେ ରେ କୋରାପୁଟ ପୂଜାରୀପୁଟ ଷ୍ଟାଡିୟମ ଠାରେ କୋରାପୁଟ ସାମ୍ବାଦିକ ଓ ଓକିଲ ସଙ୍ଘ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ କରାଯାଇଥିଲା l କୋରାପୁଟ ଜ଼ିଲ୍ଲାରେ ସାମ୍ବାଦିକ ଓ ଓକିଲ ଭିତରେ ସବୁ ବେଳେ ସୁ ସମ୍ପର୍କ ରହି ଆସୁଛି l କର୍ମମୟ ଜୀବନ ଭିତରେ ସାଙ୍ଗ ହେଇ ଖେଳିବା କଷ୍ଟକର l ଏଇ ଅବସରରେ ରେ ଜ଼ିଲ୍ଲା ପ୍ରଶାସନ ତରଫରୁ ଏହି ଟୁର୍ନାମେଣ୍ଟ ସାମ୍ବାଦିକ ଓ ଓକିଲ ଙ୍କ ଭିତରେ ସୁ ସମ୍ପର୍କ ସ୍ଥାପନ କରିବା ପାଇଁ ଏହି ମ୍ୟାଚ ର ଆୟୋଜନ କରାଯାଇଥିଲା l

ପ୍ରଥମ ଇନିସ ରେ ଜ଼ିଲ୍ଲା ପ୍ରଶାସନ ସହିତ ପୋଲିସ ପ୍ରଶାସନ ଓ ଦ୍ୱିତୀୟ ଇନିସ ରେ ସାମ୍ବାଦିକ ସହିତ ଓକିଲ ସଙ୍ଘ ର ମ୍ୟାଚ କରାଯାଇଥିଲା l ଏହି ଟୁର୍ନାମେଣ୍ଟ ରେ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ,ଏସପି ରିହିତ ବର୍ମା, ଉପ ଜ଼ିଲ୍ଲାପାଳ ବେଣୁଧର ଶବର,ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ ସୀସା, କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼ ଙ୍କ ସମେତ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଜ଼ିଲ୍ଲା ପ୍ରଶାସନ ତରଫରୁ ଏହି ଭଳି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିବାରୁ ଜ଼ିଲ୍ଲା ପ୍ରଶାସନ ଙ୍କୁ ପ୍ରଶଂସା କରାଯାଇଛି l
