ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ
ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ, କ୍ଷତିପୂରଣ ପାଇଁ ସରକାରଙ୍କୁ ନିବେଦନ।
କାକଟପୁର,୨୬.୧୨
– ଲଘୁଚାପ ଜନିତ ଲଗାଣ ବର୍ଷାରେ ପୁରୀ ଜିଲ୍ଲା ସମେତ କାକଟପୁର ତହସିଲ ଅଞ୍ଚଳରେ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାଚିଲା ଧାନ ଅମଳ ନକରିପାରି ଚାଷୀ ହତାଶ ହୋଇଛି। ସୁନାର ଫସଲ ଲଗାଣ ବର୍ଷାରେ ନଷ୍ଟ ହୋଇ ଗଜା ହୋଇଗଲାଣି। ବର୍ଷକର ରୋଜଗାର ସବୁ ନଷ୍ଟ। ଚିନ୍ତାରେ ଏବେ ଚାଷୀକୁଳ। କାକଟପୁର ତହସିଲ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତର ସମସ୍ତ ଗ୍ରାମରେ ଧାନ ଫସଲ ବ୍ୟାପକ କ୍ଷତି ହୋଇଛି। ପାଚିଲା ଧାନ ପାଣିରେ ପଡି ନଷ୍ଟ ହେବା ସହ ଗଜା ହେଲାଣି। କୃଷି ଲୋନ ଓ ଧାର କରଜ କରି ଚାଷୀ ଧାନ ଚାଷ କରିଥିଲେ। ଏବେ ରୁଣ ସୁଝିବାକୁ ଅନେକ ଚାପଗ୍ରସ୍ତ । ତେଣୁ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ସହ କୃଷି ଋଣ ଛାଡ ପାଇଁ ଚାଷୀମାନେ ଦାବି କରିଛନ୍ତି।
ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍
