ମକର ସଙ୍କରାନ୍ତି ପାଇଁ ଚଳଚଞ୍ଚଳ

ବରଷକ ବାର ମାସ ବାର ସଂକରାନ୍ତି, ଏହିଦିନ ସୂର୍ଯ୍ୟ ରାଶି ବଦଳାଇଥାନ୍ତି l ମକର ସଂକ୍ରାନ୍ତୀ କଥା ପୁରାଣେ ବର୍ଣ୍ଣିତ, ଏହି ଦିନରେ ଭକ୍ତ ମାନେ ମକର ଚାଉଳ କରି ଭୋଗ କରିଥାନ୍ତି l ତେବେ ଏହି ମକର ସଙ୍କ୍ରାନ୍ତି ଅବସରରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମର ପ୍ରସିଦ୍ଧ ଶୂନ୍ୟ ଗୁମ୍ଫା ମନ୍ଦିରରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ବହୁ ଭକ୍ତଙ୍କ ସମାଗମ ହୋଇଛି

। ଭକ୍ତ ମାନେ ପ୍ରଥମେ ଗ୍ରାମ ଦେଵୀ ମା ମଙ୍ଗଳା, ଓ ଗୁମ୍ଫା ପ୍ରାଙ୍ଗଣରେ ଥିବା ସଙ୍କଟ ମୋଚନ ମନ୍ଦିର ରେ ଦର୍ଶନ ପରେ ଗୁମ୍ଫା ଭ୍ରମଣ କଲେ ପାପ ଧୋଇ ହୋଇଥାଏ ବୋଲି ବିଶ୍ୱାସ ରହିଛି l ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ମହିମା ଅଲେଖ ଭକ୍ତ ସାଧୁ ସନ୍ଥ ମାନେ ହୋମ, ଯଜ୍ଞ ଓ କୀର୍ତ୍ତନ ପାଠ କରିଥାନ୍ତି l ଏହି ମେଳା ରେ କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ କହିଛନ୍ତି ଯେ ଆଗାମୀ ଦିନରେ ଗୁମ୍ଫା ଓ ଏହାର ପାରିପାର୍ଶ୍ୱ କିପରି ଉର୍ନ୍ନତି ହୋଇପାରିବ ସେ ଦିଗରେ ମୁଁ ନିଶ୍ଚିତ ଚେଷ୍ଟା କରିବି l

ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *