ଧ୍ୟାନକୁଦ ପୀଠରେ ପବିତ୍ର ଅଁଳା ନବମୀ ପାଳିତ*ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Date- 31/10/25* ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ଦେବୀ ନଦୀ କୂଳରେ ଅବସ୍ଥିତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନାବମୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଶ୍ରଦ୍ଧାଳୁ ମାନେ ଆଜି ପବିତ୍ର ଅଁଳା ନବମୀ ରେ ରାଧା ପାଦ ଦର୍ଶନ କରିଥିବା ରୁ ବେଶ ଖୁସି ଅନୁଭବ କରିଛନ୍ତି । ପଞ୍ଚସଖା ମାନେ ଏହି ସ୍ଥାନରେ ଧ୍ୟାନ କରିଥିବା କିମ୍ବଦନ୍ତୀ ରହିଛି । ତେବେ ଏହି ପୀଠ ଧ୍ୟାନକୁଦ ନାମରେ ପରିଚିତ । ଏହି ମନ୍ଦିର ଜଗନ୍ନାଥ ସଂସ୍କୃତି ସହିତ ଜଡିତ ।

ଏଠାରେ ମଧ୍ୟ 12 ମାସରେ 13 ପର୍ବ ପାଳନ କରାଯାଏ । ଆଜି ପବିତ୍ର ଅଁଳା ନାବମୀ ମହା ଆଡମ୍ବରରେ ପାଳନ କରାଯାଇ ଥିବା ବେଳେ ବହୁ ଭକ୍ତ, ସାଧୁ ସନ୍ଥମାନେ ମଧ୍ୟ ଯୋଗ ଦେଇ ଥାନ୍ତି । ଏହା ସହିତ ମଠାଧିଶ ବାବା ଙ୍କ ଆଜି ଜନ୍ମ ଦିବସ ପାଳନ କରାଯାଇଛି ।

Leave a Reply

Your email address will not be published. Required fields are marked *