ହସ୍ତଶିଳ୍ପ ପ୍ରଦର୍ଶନୀରେ ଲୋକଙ୍କ ଭିଡ଼
ଭବାନୀପାଟଣା, ୧୮/୧ : ଜିଲ୍ଲା ତଥା ଜିଲ୍ଲା ବାହାର ବିଭିନ୍ନ ଅଞ୍ଚଳରୁ କାରିଗର, ବୁଣାକାର, ଶିଳ୍ପୀ, ବିଭିନ୍ନ କାଠ, ପଥର, କଂସା ଓ ପିତ୍ତଳର କାମକୁ ନେଇ ହସ୍ତଶିଳ୍ପ ପ୍ରଦର୍ଶନୀ ଷ୍ଟଲ ଲାଗିଛି। ଏଥିରେ ସମୁଦାୟ ୩୮ଟି ଷ୍ଟଲ ଲାଗିଥିବା ବେଳେ ଏଥିରେ ଦିନତମାମ ଲୋକଙ୍କ ଭିଡ଼ ଲାଗିରହିଛି ବିଶେଷ କରି ଦିନ ବେଳେ ବୁଲି ଆସୁଥିବା ଲୋକେ ହପ୍ରଶିଳ୍ପ ପ୍ରଦର୍ଶନୀ ଷ୍ଟଲଆଡ଼େ ଘେରାଏ ବୁଲି ଆସୁଛନ୍ତି। ସେହିପରି ଗ୍ରାମାଞ୍ଚଳ ଲୋକେ ପରିବାର ନେଇ ଉତ୍ସବ ପଡ଼ିଆକୁ ଆସିଲେ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଥରେ ପଶିବା ସହିତ ନିଜର ଘରକରଣା ସାମଗ୍ରୀ ବାଛି ବାଛି କିଣୁଥିବା ଲକ୍ଷ୍ୟ କରାଯାଇଛି।
