ଶ୍ରାବଣ ସୋମବାରରେ ଜଳଲାଗି ପାଇଁ ଆରଡି ପୀଠରେ କାଉଡ଼ିଆଙ୍କ ଭିଡ଼

ପବିତ୍ର ଶ୍ରାବଣ ସୋମବାରରେ ଜଳଲାଗି ପାଇଁ ଆଜିଠୁ ଆରଡି ଆଖଣ୍ଡଳମଣିଙ୍କ ପୀଠରେ ଲାଗିଛି ହଜାରହଜାର କାଉଡିଆଙ୍କ ଭିଡ। ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ଆସୁଥିବା କାଉଡିଆଭକ୍ତ ନଦୀରୁ ପାଣିଭାର ଉଠାଇ ଖାଲି ପାଦରେ ଚାଲିଚାଲି ଆସିଛନ୍ତି ପୀଠକୁ। ଦେହରେ ଗେରୁଆ ବସ୍ତ୍ର ଆଉ ତୁଣ୍ଡରେ ଶିବଙ୍କ ନାମ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି କରିଛି ସ୍ଥଳପଥ ଓ ଜଳପଥକୁ। ଭିଡକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ଜଣେ ଏଏସପିଙ୍କ ସହ ୩ଜଣ ଡିଏସପି, ୧୦ଜଣ ଇନସପେକ୍ଟର, ୧୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ପୀଠରେ । ତାହାସହ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥାସହିତ ବୈତରଣୀ ଓ ସାଳନ୍ଦୀ ନଦୀର ଥିବା ୩ଟି ଜଳପଥକୁ ଜଗି ରହିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ। କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ବତନ୍ତ୍ର ବ୍ଯାରିକେଟ ସହ ଉଜ୍ବଳ ଆଲୋକ ବ୍ଯବସ୍ଥା କରାଯାଇଥିଲା ମନ୍ଦିର ଭିତର ଓ ବାହାର ବେଢାରେ।କିନ୍ତୁ ଠେଲାପେଲା ହୋହାଲ୍ଲା ବହୁ ଅବ୍ୟବସ୍ଥା ଭିତରେ ହଜାର ହଜାର ବୋଲବମ ଭକ୍ତ ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ କଲେ ଜଳଲାଗି. ଆଜି ଥିଲା ଶ୍ରାବଣ ସୋମବାର. ମାହେଦେବଙ୍କ ଉପରେ ଜଳ ଲାଗି କରିବାକୁ ହଜାର ହଜାର ବୋଲବମ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ. ରବିବାର ରାତି ଠାରୁ ଭକ୍ତ ମାନେ ବ୍ୟାରିକେଡ଼ ରେ ଲାଇନ ଦେଇ ଆସିଥିଲେ. ହେଲେ ପୋଲିସ ବାବୁଙ୍କ କାର୍ଯ୍ୟ ରେ ଢିଲା ଯୋଗୁ ଭକ୍ତ ଭକ୍ତଙ୍କ ଭିତରେ ଠେଲାପେଲା ଲାଗି ବ୍ୟାରିକେଡ଼ ଭାଙ୍ଗିଥିଲା. ପୋଲିସ ପହଂଚି ଭକ୍ତଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି. ତାହାସହ ରବିବାର ରାତିରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ଭକ୍ତ ଆହତ ହୋଇଥୁବା ବେଳେ ପୋଖରୀ ରେ ପଡି ଆଉ ଜଣେ ଭକ୍ତ ଆହତ ହୋଇଥିଲେ. ତାହାସହ ସାଧାରଣ ଭକ୍ତ ମାନଙ୍କ ଗାଡିକୁ ପୋଲିସ ପୀଠରୁ ତିନି କିଲୋମିଟର ଦୂରରୁ ଅଟକାଇ ବାରୁ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭ ପୁନିଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *