ନବରଙ୍ଗପୁର ଠାରେ ସି ଆର୍ ପି ଏଫ୍ ୧୨ ବାଟାଲିୟନ ର ଶୌର୍ଯ୍ୟ ଦିବସ ପାଳନ
ନବରଙ୍ଗପୁର ତା ୯.୪.୨୦୨୬: ଆଜି ନବରଂଗପୁର ସି ଆର୍ ପି ଏଫ୍ (୧୨ ବାଟାଲିୟନ) ପ୍ରାଙ୍ଗଣରେ ୬୧ ତମ ଶୌର୍ଯ୍ୟ ଦିବସ ପାଳନ ହୋଇଯାଇଛିl ଏହି ଅବସରରେ କମାଣ୍ଡାଣ୍ଟ ଏନ. କେ. କେ ପ୍ରସାଦଙ୍କ ଉପସ୍ଥିତିରେ, ଡେପୁଟି କମାଣ୍ଡାଣ୍ଟ ରାଜୀବ କୁମାର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀନିବାସ ରାଓ, ଇନ୍ସପେକ୍ଟର ସୁଜୀତ କୁମାର, ଇନ୍ସପେକ୍ଟର ପି. କେ. ସାହୁ, ସବ୍-ଇନ୍ସପେକ୍ଟର ବନ୍ଦ ନାମଦେଓ ଏବଂ ୧୨ ବ୍ୟାଟାଲିଅନ୍ର ସମସ୍ତ କର୍ମଚାରୀଙ୍କ ସହଭାଗୀତାରେ ୬୧ତମ ଶୌର୍ୟ

ଦିବସ ପାଳନ କରାଯାଇଥିଲା ଓ ଆଜିର ଦିନରେ ସବୁ ସହିଦଙ୍କୁ ସମ୍ମାନ ଦିଆଗଲାl ସହିଦ ସିପାହୀ ବିଜୟ କୁମାର ହରିଜନ ଯିଏ ୧୬.୪.୨୦୦୯ ରେ ନକ୍ସଲଙ୍କ ସହ ଲଢ଼ି ମୁରକି ଗାଁ, ଦାନ୍ତେବାଡା, ଛତିଶଗଡ ରେ ସହିଦ ହୋଇଥିଲେ। ମାତା ହେମଲତା ହରିଜନ ଓ ପିତା ବୁଧନ ହରିଜନ ଙ୍କ ସୁପୁତ୍ର ଶହୀଦ ବିଜୟଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲାl କମାଣ୍ଡାଣ୍ଟ ଏନ. କେ. କେ ପ୍ରସାଦ ସହିଦ ବିଜୟ କୁମାର ହରିଜନଙ୍କ ମା ଓ ବାପା ଙ୍କୁ ପୁଷ୍ପ ମାଳା ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l
