ପ୍ରୋତ୍ସାହନ ରାଶି ପରିବର୍ତ୍ତେ ପାରିଶ୍ରମିକ ଦାବିରେ ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଆଗରେ ସି ଏସ ଏସ ସଂଘ ର ଗଣ ଧାରଣା

Date-22/09/25- ଜଗତସିଂହପୁର-ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କୁ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ପାରିଶ୍ରମିକ ଦାବିରେ ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଆଗରେ ସି ଏସ ଏସ ସଂଘ ର ଗଣ ଧାରଣା ଦିଆଯାଇଛି । ସଭାନେତ୍ରୀ କମ୍ୟୁନିଟି କ୍ୟାଡ଼ର ସଙ୍ଘ ବାଲିକୁଦା ବ୍ଲକ ଭାରତୀ ଦାସଙ୍କ ନେତୃତ୍ବରେ ଶତାଧିକ CRP, MBK, କୃଷି ମିତ୍ର, ପ୍ରାଣୀ ମିତ୍ର ସହ ବାଲିକୁଦା ବ୍ଳକର 30 ଟି ପଂଚୟତ ର ସମସ୍ତ କମ୍ୟୁନିଟି

ସପୋର୍ଟ ଷ୍ଟାଫ୍ ଆନ୍ଦୋଳନ ରେ ସାମିଲ ହେବା ସହ 6 ମାସର ବକେୟା ଦରମା ପ୍ରଦାନ କରିବା ସହିତ ସ୍ଥାୟୀ ସମାଧାନ ଦାବି କରିଛନ୍ତି । ରାଜସ୍ୱ ଗ୍ରାମ ଅନୁସାରେ CLF ଗଠନରୁ ବାଦ ପଡୁଥିବା CRP ଙ୍କର୍ ସ୍ଥାୟୀତ୍ୱ ଓ ସମସ୍ତ CSS ଙ୍କର ସ୍ଥାୟୀ ଦରମା ପ୍ରଦାନ କରିବାକୁ ବାଲିକୁଦା ବ୍ଲକ ଆସୋସିଏସନ ପକ୍ଷରୁ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ତୁରନ୍ତ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବା ସହିତ ଏହାର ସମାଧାନ କରିବାକୁ ଆନ୍ଦୋଳନ କାରି ମାନେ ଦାବି କରିଛନ୍ତି । ଅପରପକ୍ଷରେ ଆନ୍ଦୋଳନ କାରୀ ଙ୍କ ଦାବିପତ୍ର ରାଜ୍ୟ ସରକାରଙ୍କ ନିକଟକୁ ପଠେଇ ଦିଆଯାଇଛି ବୋଲି ବିଡ଼ିଓ କହିଛନ୍ତି ।

Leave a Reply

Your email address will not be published. Required fields are marked *