“ଚିନାବାଦାମ” ଚାଷ
ଜଟଣୀ ବ୍ଲକ୍ ଅନ୍ତର୍ଗତ ପାଣ୍ଡିଆବିଲି ଗ୍ରାମରେ “ଚିନାବାଦାମ” ଚାଷ କରୁଥିବା ଚାଷୀମାନଙ୍କୁ ନେଇ କେନ୍ଦ୍ରୀୟ ସମନ୍ଵୀତ ରୋଗ ପୋକ ପରିଚାଳନା କେନ୍ଦ୍ର ଭାରତ ସରକାରଙ୍କ ତରଫରୁ ଫସଲର ସମନ୍ଵିତ ରୋଗ ପୋକ ନିରାକରଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇ ଥିଲା ।ଏହି ତାଲିମ ଶିବିରରେ ପଣ୍ଡିଆବିଲି ଗ୍ରାମର 35 ଜଣ ଚାଷୀ ଆଂଶଗ୍ରହନ କରିଥିଲେ । ତାଲିମ ପ୍ରଦାନ କାରି ମାନେ ଚାଷୀ ମାନଙ୍କ ସହ କ୍ଷେତ୍ର ପରିଦର୍ଶନ କରିବା ସହ ରୋଗ ପୋକ ନିରାକରଣ ପାଇଁ ବିଭିନ୍ନ କୀଟନାଶକ ଓ ଔଷଧ ବେବହାର କରିବା ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ ଅବଗତ କରାଇଥିଲେ ,ବନସ୍ପତି ଅଧିକାରୀ ରାଜେନ୍ଦ୍ର ପ୍ରଧାନ, ସହକାରୀ ବନସ୍ପତି ଅଧିକାରୀ ଶୁଭିଶିଷ ସ୍ୱାଇଁ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିବା ସହ ବ୍ୟବହାର କରିବା ପାଇଁ ଗୋଟିଏ ଲେଖାଏଁ କୀଟ ପ୍ରଦାନ କରିଥିଲେ ।
Jatani – Sahabudhin khan reporter
