କିନ୍ନର ସଂଘର ମୃଗୀମାତାଙ୍କ ପୂଜାର୍ଚ୍ଚନା ପାଳିତ
ପୁରୀ ଅଫିସ, ୮/୧-ନିଷ୍ଠା ଓ ଭକ୍ତିର ସହ ସଂସାରର ମଙ୍ଗଳ କାମନା କରି ପୁରୀ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଇଷ୍ଟ ଦେବୀ ମୃଗୀ ମାତାଙ୍କୁ ପୂଜା ଅର୍ଚ୍ଚନା କରିଛନ୍ତି ।ଏହି ଅବସରରେ ରାଣୀ ସତୀ ଭବନରୁ ଏକ ପାରମ୍ପରିକ ଶୋଭାଯାତ୍ରାରେ ବାଦ୍ଯ ସହ ଘଣ୍ଟ ଘଣ୍ଟା ତାଳେ ତାଳେ ନରେନ୍ଦ୍ର ପୁଷ୍କରିଣୀରେ ରୀତିମତ ଅନୁଯାଇ ପୂଜାପାଠ କରିବା ସହ ପୁଷରଣୀରେ ସ୍ନାନ ସହ କଳସ ବୁଡାଇ ପାଣି ଧରି ୧୦୧ କଳସ ପାଣି ଆଣି ବଡ଼ଦାଣ୍ଡ ସ୍ଥିତ ରାଣୀ ସତୀ ଭବନ ଠାରେ ପହଞ୍ଚିଥିଲେ । ପରେ ସେଠାରେ ମୃଗୀ ମାତାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା । ତିନି ଦିନଧରି ପୂଜାପାଠ କରାଯାଇଥିଲା। ଗରିବ ନୀରିହ ଓ ଅସହାୟ ମାନଙ୍କୁ ଶୀତ କାକରରେ ରକ୍ଷା ପାଇଁ କମ୍ବଳ ବଣ୍ଟନ ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ଉଦଯାପନି ସଂଧ୍ଯାରେ ପାରମ୍ପରିକ ଶୋଭାଯାତ୍ରାରେ ଡିଜେର ତାଳେ ତାଳେ ଆନନ୍ଦ ଉଲ୍ଲାସର ସହ ନାଚଗୀତ ଓ ବାଦ୍ଯରେ ବିମୋହିତ ହୋଇ ରଙ୍ଗୀନ ଆଲୋକର ଝଲମଲରେ ମା ମୃଗୀ ମାତାଙ୍କ ପ୍ରତୀମା ମୂର୍ତ୍ତିଙ୍କୁ ନୁଆନଇରେ ବିସର୍ଜନ କରିଥିଲେ । ଏହି ପୂଜାପାଠ ପାଇଁ କିନ୍ନର ମାନେ ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି । ଜିଲ୍ଲା କିନ୍ନର ସଂଘର ମା ଦେବକୀ ଏବଂ ସଭାପତି ପ୍ରୀୟଂଶି ଦାସ,ସଂପାଦକ ପିହୁ କିନ୍ନର , ରିମଝିମ୍ ,ରଶ୍ମି,ପ୍ରିୟା,କାଜଲ ଓ ଶତାଧିକ କିନ୍ନର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ ।
