କପ୍ତିପଦା ଉପଖଣ୍ଡ ସ୍ତରୀୟ ମହୋତ୍ସବ ଧୁମୁସା ଉଦଘାଟିତସଂସ୍କୃତି ଓ ପରମ୍ପରା ର ସମନ୍ୱୟ ହିଁ ମହୋତ୍ସବ
କପ୍ତିପଦା ଉପଖଣ୍ଡ ସ୍ତରୀୟ ମହୋତ୍ସବ ଧୁମୁସା ଉଦଘାଟିତ
ସଂସ୍କୃତି ଓ ପରମ୍ପରା ର ସମନ୍ୱୟ ହିଁ ମହୋତ୍ସବ
ଉଦଳା,ତା ୧୫/୧୨ : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଐତିହ୍ୟ, ପରମ୍ପରା, ଭାଷା, ସାହିତ୍ୟ, ଲୋକକଳା, ସାମାଜିକ ଓ ସାଂସ୍କୃତିକ ଭାବଧାରା କୁ ନେଇ ଆୟୋଜିତ ହେଉଥିବା କପ୍ତିପଦା ଉପଖଣ୍ଡ ସ୍ତରୀୟ ମହୋତ୍ସବ ଧୁମୂସା ୨୦୨୫,ଉଦଳା ଗତକାଲି ମହାସମାରୋହରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ । ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାକୁ ପ୍ରତିଫଳିତ କରି ପ୍ରଦର୍ଶନୀ, ସାଧାରଣ ସଭା ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ୨୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆଦିବାସୀ ସମ୍ବଳ ବିକାଶ କେନ୍ଦ୍ର, ଉଦଳା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟି ସୂଚନା ଦେଉଛନ୍ତି । ଆଜି ଗୌଡ଼ିୟ ମଠ ଉଦଳା ଠାରୁ ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ବିଭିନ୍ନ ପାରମ୍ପରିକ ବାଦ୍ୟ, ଲୋକ ନୃତ୍ୟ ଓ କଳା ସଂସ୍କୃତି କୁ ନେଇ ବିଶାଳ କାର୍ଣ୍ଣିଭାଲ ଶୋଭାଯାତ୍ରା ସହର ପରିକ୍ରମା ପୁର୍ବକ ମହୋତ୍ସବ ପଡିଆରେ ପହଞ୍ଚିଥିଲା ଏବଂ ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ ଉପ-ଜିଲ୍ଲାପାଳ ତଥା ମହୋତ୍ସବ କମିଟି ର ସଭାପତି ସୁଶାନ୍ତ କୁମାର ବାରିକଙ୍କ ସଭାପତିତ୍ୱରେ ଉଦ୍ଘାଟକ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ମସ୍ଥଳ, ଓଡ଼ିଶା ସରକାର, ମୁଖ୍ୟବକ୍ତା ଓ ମହୋତ୍ସବ କମିଟି ଉପଦେଷ୍ଟା ଶ୍ରୀଯୁକ୍ତ ଭାସ୍କର ମଢ଼େଇ , ବିଧାୟକ, ଉଦଳା ସମ୍ମାନିତ ଅତିଥି ଭାବେ ସନାତନ ବିଜୁଳିମାନ୍ୟବର ବିଧାୟକ,ବଡ଼ସାହି, ଶ୍ରୀଯୁକ୍ତ ଶ୍ରୀନାଥ ସୋରେନ୍ ମାନ୍ୟବର ପୂର୍ବତନ ବିଧାୟକ, ଉଦଳା, ସମ୍ମାନିତ ବକ୍ତା ଭାବେ ଶ୍ରୀମତୀ ପ୍ରମିଳା ପଣ୍ଡା, ଅଧକ୍ଷା, ଉଦଳା ଏନଏସି, ଭାଜପା ବରିଷ୍ଠ ନେତା କନ୍ଦରା ସୋରେନ , ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ ପ୍ରମୁଖ ଯୋଗ ଦେଇଥିଲେ । ପାରମ୍ପରିକ କଳା ଓ ସଂସ୍କୃତିର ପେଣ୍ଠ ମୟୁରଭଞ୍ଜ ଓ କଳାର ମାଟି ଉଦଳା ପ୍ରତିଭା ପ୍ରାକୃତିକ ପ୍ରତିଭା ବୋଲି ଅଭିହିତ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସରକାର ଙ୍କ ଦ୍ୱାରା ପରିଚାଳିତ ଧୁମୂସା
ମହୋତ୍ସବ ଓ ପ୍ରଦର୍ଶନୀ ଷ୍ଟଲ ଉଦ୍ଘାଟନ ଏବଂ “ଧୁମୁସା-୨୦୨୫” ମହୋତ୍ସବ ସ୍ମରଣିକା ଉନ୍ମୋଚନ କରିଥିଲେ ଅତିଥି । ମୁଖ୍ୟ ଆକର୍ଷଣ ଭାବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସାଥିଙ୍କ କାର୍ଯ୍ୟକ୍ରମ ବେଶ ମନ ଛୁଆଁ ହୋଇଥିଲା । ଏବଂ ବିଭିନ୍ନ ମହାବିଦ୍ୟାଳୟ ଏବଂ ଅନ୍ୟ କଳାକାରଙ୍କ ଦ୍ବାରା ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଧୁମୂସା ମଞ୍ଚ ଦୁଲୁକି ଥିଲା । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ ପ୍ରଧାନ ସମେତ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ମହୋତ୍ସବ କମିଟି ପରିଚାଳନା କରିଥିଲେ ।
