ଜାଗର ଅବସରରେ ଲୋକନାଥ ଙ୍କ ପୀଠ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜାଗର ଅବସରରେ ଲୋକନାଥ ଙ୍କ ପୀଠ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।ପୁରୀ ୨୬/୨ ପବିତ୍ର ମହାଶିବରାତ୍ରି ଓ ଜାଗର ଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ଲୋକନାଥ ଦେବ ସଂସ୍କୃତିକ ସଂସଦ ପୁରୀ ପକ୍ଷରୁ ଶ୍ରୀ ଲୋକନାଥ ଦେବ ମନ୍ଦିର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ରାଜକିଶୋର ଜେନା ପ୍ରଭୁ ଲୋକନାଥଙ୍କୁ ପ୍ରଦୀପ ସମର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହା ସହିତ ପ୍ରାକ୍ତନ ପ୍ରଶାସନ ବିନୋଦ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ,ଅନୁଷ୍ଠାନର ସଭାପତି ରବିନାରାୟଣ ପଣ୍ଡା, ସମ୍ପାଦକ ନରେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପରିଚାଳନା କରିଥିଲେ l ପ୍ରାରମ୍ଭରେ ଉପସଭାପତି ରାଜେଶ ମିଶ୍ର ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ପରିଶେଷରେ ଉପଦେଷ୍ଟା ଲକ୍ଷ୍ମୀଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ lପରେ ଜିଲ୍ଲାରୁ ଓ ଜିଲ୍ଲା ବାହାରୁ କଳାକାର ମାନେ ଯୋଗଦେଇ କାର୍ଯ୍ୟକ୍ରମ କରିଥିଲେ l ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
