ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ lଯାଜପୁର ଜିଲ୍ଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ଭାବରେ ବିଶ୍ୱାସ ଫାଉଣ୍ଡେସନ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି l ବିଭିନ୍ନ ସମୟରେ ଅନେକ ସମସ୍ୟାରେ ଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ପହଂଞ୍ଚି ନିଜର ସେବା ଯୋଗାଇ ଦେଇଛି l ଏଥିପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପୁରସ୍କୃତ ସହ ପ୍ରଶଂସା ସାଉଣ୍ଟିଛି l ତେବେ ସ୍ୱାଧୀନତା ଦିବସ ଉପଲକ୍ଷେ କୁନି କୁନି ପିଲା ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କୋରାଇ ବ୍ଲକ ଅନ୍ତର୍ଗତ ସାଦକ ପୁର ଠାରେ ଅନୁଷ୍ଠିତ କରିଛି l
