ହଳଦୀ ଜୟ ଡଙ୍ଗରବୁଢ଼ା କପ୍ ଫୁଟବଲ୍ ଉଦଘାଟିତ

ହଳଦୀ ଜୟ ଡଙ୍ଗରବୁଢ଼ା କପ୍ ଫୁଟବଲ୍ ଉଦଘାଟିତ..
ଉଦଘାଟନୀ ମ୍ୟାଚରେ ଭାଟିପଡ଼ା ଓ ତୁର୍ଲା ଦଳ ବିଜୟୀ(ଫଟୋ)

ମୁରିବାହାଲ ;୧୦/୦୨/୨୬ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡ଼ିଆରେ ମଙ୍ଗଳବାର ଜୟ ଡଙ୍ଗରବୁଢ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।ଉଦଘାଟନୀ ପ୍ରଥମ ମ୍ୟାଚ୍ ଘୁଷୁରାମୁଣ୍ଡା ଓ ଭାଟିପଡ଼ା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇନପାରିବାରୁ ୪-୨ ଟ୍ରାଇବ୍ରେକର ଯୋଗେ ଭାଟିପଡ଼ା ଦଳ ବିଜୟୀ ହୋଇଥିଲା।ସେହିପରି ବଙ୍ଗୋମୁଣ୍ଡା ଓ ତୁର୍ଲା ଦଳ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚରେ ତୁର୍ଲା ଦଳ ୧-୦ ଗୋଲରେ ବଙ୍ଗୋମୁଣ୍ଡା ଦଳକୁ ପରାସ୍ତ କରି ବିଜୟୀ ହୋଇଛି।ଉଦଘାଟନୀ ଉତ୍ସବରେ ପତ୍ରାପାଲି(ଖ)ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ଛତ୍ରିଆ ମୁଖ୍ୟ ଅତିଥି,ପୁଡ଼ିସରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁବାସ ପଟ୍ଟନାୟକ,ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏନ ସଭାପତି ଦୁର୍ଗାନନ୍ଦ ମହାକୁର,ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ,କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି,ଉପସଭାପତି ପ୍ରେମାନନ୍ଦ ତାଣ୍ଡି,ଡଙ୍ଗରବୁଢ଼ା ମନ୍ଦିର ପୂଜକ ଚୁଡାମଣି ପୂଝାରୀ,ଥବିର ପୁଝାରୀ ଓ ଦ୍ଵିତୀୟା ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।ମ୍ୟାଚ୍ ପରିଚାଳନା ଆଶୀର୍ବାଦ ସା,ଆଶିଷଦେବ ସା,ଅଶ୍ଵିନୀ ଭୁକ୍ତା ଓ ପ୍ରତାପ ଭୁକ୍ତା କରିଥିଲେ।
ଆୟୋଜକ ହଳଦୀ ଇଲେଭେନ୍ ବ୍ରଦର୍ସ ଫୁଟବଲ୍ ଆସୋସିଏନର ସଭାପତି ବିକି ଭୋଇ,ସମ୍ପାଦକ ବିଦ୍ୟାଧର ପୋଡ଼,କୋଷାଧ୍ୟକ୍ଷ ଗୁଣନିଧି ପୋଡ଼,ଚିତ୍ରସେନ ହାତୀ,ସୁନୀଲ ହାତୀ, ଫଣିନ୍ଦ୍ର ହାତୀ,ଝୁନୁ ପୋଡ଼,ହେମରାଜ ବାଗଙ୍କ ସହ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *