ଉପ ନିର୍ଦ୍ଦେଶକ ଙ୍କ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ

ପୁରୀ: କଟକ ସ୍ଥିତ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଆଜି ଦିନିକିଆ ପୁରୀ ଜିଲ୍ଲା ଗସ୍ତରେ ଆସି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।ପରେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିବା ସହ ବିଭାଗର ସମ୍ମାନ ବୃଦ୍ଧି ରେ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ସରକାର ଙ୍କର ଏକ ପ୍ରମୁଖ ବିଭାଗ।ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର କରିବା ସହ ଯୋଜନା ଟି ଯେପରି ସାଧାରଣ ଲୋକଙ୍କ ହିତରେ ଲାଗି ପାରିବ ସେଥିପାଇଁ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ଦ୍ଵାରା ହିତାଧିକାରୀ ଟି ତାହାର ସୁଫଳ ପାଇଥାଏ। ଏପରିକି ଲୋକ ମାନଙ୍କ ବିଭିନ୍ନ ଆବଶ୍ୟକତା ଓ ସମସ୍ୟା କୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା ମଧ୍ୟ ବିଭାଗର ଦାୟିତ୍ୱ ହୋଇ ଥାଏ।ଅର୍ଥାତ ଏହି ବିଭାଗ ସାଧାରଣ ଜନତା, ସରକାର ଓ ପ୍ରଶାସନ ସହ ଏକ ସେତୁ ଭଳି କାର୍ଯ୍ୟ କରିଥାଏ ବୋଲି ଶ୍ରୀ ନାୟକ କହି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ଓ ସମୀକ୍ଷା ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ ସହକାରୀ ସୂଚନା ଅଧିକାରୀ ରାଜେନ୍ଦ୍ର ପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ରାଜେନ୍ଦ୍ର କୁମାର ପାତ୍ର, ଅପରେଟର ପ୍ରସନ୍ନ କୁମାର ସାହୁ, ଗ୍ରନ୍ଥାଗାରିକ ମିନତୀ ଦାସ,କର୍ମଚାରୀ ପ୍ରଦୀପ କୁମାର ପଟ୍ଟନାୟକ, ପ୍ରତିମା ମହାନ୍ତି, ତ୍ରିନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *