ଭଞ୍ଜନଗର ପୋଲିସ୍ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

1 ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଞ୍ଜନଗର ଥାନ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ.ଦୀପକ କୁମାର ମିଶ୍ର ,ଭଞ୍ଜନଗର ଥାନ ଅଧିକାରୀ ଜୀବନାନନ୍ଦ ଜେନା,ମହାବିଦ୍ୟାଳୟ ର ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଙ୍କ ସମେତ ସ୍ଥାନୀୟ ବୁଦ୍ଧିଯିବି ଓ କଲେଜ୍ ର କତୃପକ୍ଷ , ଓ ଛାତ୍ରଛାତ୍ରୀ ଙ୍କ ସହିତ ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ଭଞ୍ଜନଗର ଚକରା ବିଷୋୟୀ ଛକ ଠାରୁ ସାଇବର ସଚେତନତା ର ସ୍ଲୋଗାନ ଦେଇ ମହାବିଦ୍ୟାଳୟ ରେ ପହଞ୍ଚିଥିଲେ ।ପରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସାଇବର ଠକାମୀ ର ଶିକାର ନହେବା ପାଇଁ କଣ କରିବା ତାହା ସମସ୍ତ ଛାତ୍ରଛାତ୍ରୀ ଙ୍କୁ କହିଥିଲେ ମଞ୍ଚାସିନ ଅତିଥି ମାନେ । ଯୋଦି କୌଣସି ବ୍ୟକ୍ତି ଠକାମୀ ର ଶିକାର ହୁଅନ୍ତି ତାହେଲେ 1930 ନମ୍ବର୍ ରେ କଲ କରିବେ ଓ ସ୍ଥାନୀୟ ଥାନାଅଧିକାରୀ ଙ୍କ ସହ ପରାମର୍ଶ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି

Leave a Reply

Your email address will not be published. Required fields are marked *