ସାଇବର ଠକେଇ ଅଭିଯୋଗରେ : ୩ ଅଟଳ ” ଚଢ଼ାଉରେ ଲକ୍ଷାଧିକ ଟଙ୍କା ଜବତ, ମୁଖ୍ୟ ଅଭିଯୁକ୍ତ ଫେରାର
ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧୂଆ ଚଢ଼ାଉ କଲାକଟକ କ୍ରାଇମ ବ୍ରାଞ୍ଚ ଟିମ ଓ ଧର୍ମଶାଳା ପୋଲିସ । ସୋମବାର ରାତି ଅଧୂଆ ଚଢାଉ କରି ସାଇବର ଠକେଇ ଅଭିଯୋଗରେ ତିନି ଜଣଙ୍କୁ ଉଠାଇ ନେଇଥିବା ବେଳେ ଲକ୍ଷାଧିକ ଟଙ୍କା ସୁନା, ରୂପା ଜବତ କରିଛି । ମିଳିଥିବା ସୂଚନା ଅନୁସାରେ, ପୋବଳ ଗାଁର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଅନ ଲାଇନରେ ଲକ୍ଷାଧିକ ଟଙ୍କା ଠକେଇ କରି ଆସୁଥିଲା। ଏନେଇ ସାଇବର ଥାନାରେ ଅଭିଯୋଗ ପରେ କଟକ ସାଇବର ଥାନା ପୋଲିସ କଟକ କ୍ରାଇମ ବ୍ରାଞ୍ଚ ଟିମ ପକ୍ଷରୁ ସୋମବାର ଦିନ ଏହି ଗାଁରେ ଛାନଭିନ କରିବା ସହ ଧର୍ମଶାଳା ପୋଲିସ ସହଯୋଗରେ ରାତି ଅଧରେ ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ । ତେବେ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଖସି ଯାଇଥିବା ବେଳେ ତିନି ଜଣକୁ ପୋଲିସ ଉଠାଇ ନେଇ ଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ତେବେରେଡ ବେଳେ ଘରୁ ୨୦ଲକ୍ଷରୁ ଅଧିକ ଟଙ୍କା ସହ ସୁନା ରୂପା କଏନ୍ ଓଗୋଟିଏ ବୁଲେଟ ମଟର ସାଇକେଲ ଓ ଗୋଟିଏ ବ୍ୟାଟେରୀ ସ୍କୁଟି ଜବତ କରିଥିବା ଜଣା ପଡିଛି । ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଆଗକୁ ଏ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଦିଆଯିବ ବୋଲି ପୋଲିସ କହିଛି ।
