ସାଇବର ସୁରକ୍ଷା ଓ ଠକେଇ କର୍ମଶାଳା

ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ ଠାରେ ନୂଆ ଓ ଏଵଂ ନବୀନ ଓଡିଶା ଆନୁକୂଲ୍ୟରେ ସାଇବର ସୁରକ୍ଷା,ଠକେଇ ଓ ଏହା ନିରୋଧକ ବିଭିନ୍ନ ଉପାୟ ସଂକ୍ରାନ୍ତୀୟ ଏକ ସଭା ଅନୁଷ୍ଠିତ ହୋଇଥିଲା. ଅନୁଷ୍ଠାନର ଅଧ୍ୟକ୍ଷ ଡଃ ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନେ ଏହି କର୍ମଶାଳାରୁ ବିଶେଷ ଜ୍ଞାନ ଅର୍ଜନ କରି ନିଜ ଅଭିଭାବକ ଏଵଂ ପରିଜନଙ୍କୁ ଏହାର ଭୟାଭୟତା ବିଷୟରେ ଅବଗତ କରିବାକୁ ପ୍ରବାର୍ତ୍ତାଇଥିଲେ. ଏପରି ଆଧୁନିକ ସମୟରେ ଇଣ୍ଟରନେଟର ସନ୍ତୁଳିତ ବ୍ୟବହାର କରି ପାଠ୍ୟକ୍ରମରେ ଅଧିକରୁ ଅଧିକ ବ୍ୟବହାର କରିବା ସମୟ ସାପେକ୍ଷ ବୋଲି କହିଥିଲେ. ମୁଖ୍ୟବକ୍ତା ଡଃ ଲିଙ୍ଗରାଜ ସେଠି, ରାଜ୍ୟ ସରକାରଙ୍କ ସାଇବର ଏକ୍ସପର୍ଟ ପ୍ରାୟ 200 ଛାତ୍ରଛାତ୍ରୀ ଙ୍କୁ ବିସ୍ତୃତ ଭାବେ ଏହି ଅପରାଧର ଭିନ୍ନ ଭିନ୍ନ ଦିଗ ବିଷୟରେ ବୁଝାଇବା ବେଳେ ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର ଇତ୍ୟାଦି ସତର୍କତା ର ସହିତ ବ୍ୟବହାର କରିବା ସହିତ ବ୍ୟାଙ୍କ କିମ୍ବା ଓଟିପି ଠକେଇ ବିଷୟରେ ଆଲୋକପାତ କରିଥିଲେ. ଛାତ୍ରଛାତ୍ରୀ ମାନେ କୌତୁହଳ ହୋଇ ପ୍ରଶ୍ନୋତ୍ତର ଜାରି ରଖିଥିଲେ. ସୁନୀଲ କୁମାର ମଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୌରମୋହନ ସାହୁ,ଡଃ ଜୟରାମ ସିଂହ ସାମଲ, ଡଃ ଜ୍ୟୋତ୍ସ୍ନାରାଣୀ କର, ବିଜୟିନୀ ଶୁଭଦର୍ଶିନୀ, ଡଃ ପ୍ରକାଶ ସାହୁ ଓ ଦୀପିକା ରାଣୀ ଟୁରୁକ ପ୍ରମୁଖ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *