ସାଇବର ସୁରକ୍ଷା ସଚେତନତା ରଥ ଶୁଭାରମ୍ଭ
ଭଦ୍ରକ, :- ସାଇବର ସୁରକ୍ଷା ସଚେତନତା ଗତ ମାସ ୧୮ ତାରିଖରୁ ଆରମ୍ଭ ହୋଇଛି। ୧୭ ତାରିଖ ଶେଷ ହେବ। ଉକ୍ତ ରଥ ଆସି ପହଞ୍ଚିଛି। ଏହାକୁ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ ଉଦ୍ଘାଟନ କରାଯାଇଛି। ଜିଲ୍ଲାପାଳ ଉଦ୍ଘାଟନ କରିଛନ୍ତି। ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି । ସେମାନଙ୍କୁ ଆମନ୍ତ୍ରଣ କରାଯାଇଛି। ପଞ୍ଚାୟତ ପ୍ରତିନିଧି, ଛାତ୍ରଛାତ୍ରୀ, ମହିଳା, ଏସଏସଜି ପ୍ରମୁଖ ସାମିଲ ହୋଇଛନ୍ତି ଏଭଳି ଫ୍ରେଡ କଲ ଆସିଲେ, ୫ ଥର ଚିନ୍ତା କରନ୍ତୁ । କୌଣସି ତଥ୍ୟ ଦିଅନ୍ତୁ ନାହିଁ । ତୁରନ୍ତ ପୁଲିସ କିମ୍ବା ୧୧୨, ୧୯୩୦କୁ କଲ କରନ୍ତୁ। ଏହି ସଚେତନତା ନେଇ ସଭିଏଁ ଜାଣନ୍ତୁ, ଉକ୍ତ ନମ୍ବରକୁ କଲ କରନ୍ତୁ ବୋଲି ଏସପି ମନୋଜ ରାଉତ ଆହ୍ବାନ କରିଛନ୍ତି । ଉକ୍ତ ନମ୍ବରରେ କଲ କଲେ ସମ୍ପୃକ୍ତ କାର୍ଯ୍ୟାଳୟସୂଚନା ବ୍ୟାଙ୍କରେ ପହଞ୍ଚିବା ପରେ ତୁରନ୍ତ ଆକାଉଣ୍ଟକୁ ଫ୍ରିଜ କରାଯାଇ ପାରିବ ବୋଲି ସେ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ସାଇବର ସୁରକ୍ଷା ସଚେତନତା ରଥକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସପିଙ୍କ ସମେତ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡିଆଇବି ଏଏସପି ଅଂଶୁମାନ ଦ୍ବିବେଦୀ, ଏଏସପି ସମ୍ବିତ ମାଝୀ, ଜିଲ୍ଲା ବରିଷ୍ଠ ନାଗରିମ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇ ସାଇବାର ସୁରକ୍ଷା ଉପର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସମେତ ଏସଏଚକି ମହିଳା, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ଥିଲେ। ଏହି ଅବସରେ ପୁଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ଅଜୟ ନାୟକ, କୈଳାସ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ସମ୍ବନ୍ଧିତ କରାଯାଇ ଥିଲା
