ସାଇବର ସୁରକ୍ଷା ଅଭିଯାନ ସମାରୋହ ଅନୁଷ୍ଠିତ ।
ସାଇବର ଠକେଇ ଠାରୁ ଦୂରେଇ ରହିବାପାଇଁ ସାରା ରାଜ୍ୟରେ ସାଇବର ସୁରକ୍ଷା ସଚ଼େତନତା କାର୍ଯ୍ୟକ୍ରମ ଚାଲୁରହିଛି । ସେହିପରି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସମାରୋହ ସ୍ଥାନୀୟ ବସ୍ ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ସାଇବର ଅପରାଧିମାନେ ନୂଆଁ ନୂଆଁ କୌଶଳ ମାଧ୍ୟମରେ ଜନସାଧାରଣ ବିଶେଷ କରି ବୟସ୍କ ବ୍ୟକ୍ତିମାନଙ୍କୁ ଠକେଇର ଶିକାର କରୁଛନ୍ତିି ବୋଲି ପରଜଙ୍ଗ ଥାନା ଅଧିକାରୀ ଧିରେନ କୁମାର ବେହେରା ପ୍ରକାଶ କରିଥିଲେ। ଏବଂ କାମାକ୍ଷାନଗର(ଏସ, ଡି, ପି, ଓ)ରଜନୀକାନ୍ତ ସାମଲ ମତବ୍ୟକ୍ତ କରି କହିଛନ୍ତି କି ଛାତ୍ରଛାତ୍ରୀମାନଙ୍କର ଇଣ୍ଟରନେଟ୍ ବ୍ୟବହାରରେ ଅଧିକ ଜ୍ଞାନ ଥିବାରୁ ସେମାନେ ନିଜର ଅଭିଭାବକ ଓ ସଂର୍ପକୀୟମାନଙ୍କୁ ଠକେଇ ସଂପର୍କରେ ସଚେତନ କରିବାକୁ, ନିଜର ବ୍ୟକ୍ତିଗତ ତଥ୍ୟକୁ ମୋବାଇଲ ମାଧ୍ୟମରେ ନ ଜଣାଇବାକୁ ପରାମର୍ଶ ଦେଇଛନ୍ତି । ଏହି ବାର୍ତ୍ତା ତୃଣମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିଲେ ଆମେ ସମସ୍ତ ପ୍ରକାରର ଠକେଇର ଶିକାର ହେବା ଠାରୁ ରକ୍ଷା ପାଇପାରିବା ।
