ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ
Date- 18/10/25* ଜଗତସିଂହପୁରଜଗତସିଂହପୁର ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଭୁବନେଶ୍ୱର ଠାରେ ଏହାର ଉଦଘାଟନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଅଭାସି ମାଧ୍ୟମରେ ଏହାର ଉଦଘାଟନ ହୋଇ ଯାଇଛି । ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭା ଗୃହ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଓ ଏସ୍ପି ଅଙ୍କିତ କୁମାର ବର୍ମା ଙ୍କ ସହିତ ଜିଲ୍ଲା ର୍ ବରିଷ୍ଠ ପୋଲିସ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଅଧିକାରୀ, ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ଏକ ମାସ ଧରି ଚାଲିବା ସହିତ ବିଭିନ୍ନ ସ୍କୁଲ, କଲେଜ ମାନଙ୍କରେ ସଚେତନ କରାଯିବ । ସାଇବର କ୍ରାଇମ ରୋକିବା ଦିଗରେ ଏହି ସଚେତନତା ଅଭିଯାନ ସାଧାରଣ ଲୋକଙ୍କ ସହିତ ଯୁବପିଢ଼ି ମାନଙ୍କୁ ସଚେତନ କରାଇପାରିବ ବୋଲି ଜଗତସିଂହପୁର ଏସ୍ପି କହିଛନ୍ତି ।
