ଡି. ଏମ୍. ପବ୍ଲିକ୍ ସ୍କୁଲ୍ ର ନୂତନ କ୍ୟାମ୍ପସ ଉଦଘାଟିତ
ପୁରୀ ତା. 26/11ଶିଶୁ ଶିକ୍ଷାନୁଷ୍ଠାନ ଡି ଏମ୍ ପବ୍ଲିକ୍ ସ୍କୁଲ୍ ର ନୂତନ କ୍ୟାମ୍ପସ ପ୍ରବେଶ ଉତ୍ସବ ଦତ୍ତତୋଟା ସ୍ଥିତ ମହାବୀର କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନଫିତା କାଟି ଉଦଘାଟନ କରିଥିଲେ I ପୁରୀସଦର ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର କର, ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା କ୍ଲବ୍ ର ସଭାପତି ଡାକ୍ତର ବରେନ ଚନ୍ଦ୍ର ପଟ୍ଟନାୟକ, କ୍ଲବ୍ ର ସାଧାରଣ ସମ୍ପାଦକ ରଘୁନାଥ ଜଗଦ୍ଦେବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଷ୍ଠା ଓ ପରିଶ୍ରମ ହେଉଛି ସଫଳତାର ଚାବିକାଠି I ତେଣୁ ଛାତ୍ରଛାତ୍ରୀ ମାନେ ନିଷ୍ଠାର ସହିତ ବିଦ୍ୟାଧ୍ୟୟନ କରିବା ସହିତ କଠିନ ପରିଶ୍ରମ କଲେ ନିଶ୍ଚୟ ଭବିଷ୍ୟତରେ ସଫଳ ହେବେ ବୋଲି କହିଥିଲେ ଏବଂ ଶୈକ୍ଷିକ ବାତାବରଣ ଓ ନୂଆ ପରିବେଶ ବୁଲି ଦେଖିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ପୂର୍ବତନ ପୌରସଦସ୍ଯ ପ୍ରୀତମ ଜଗଦ୍ଦେବ, ସଂଗଠକ ଶଚିକାନ୍ତ ମିଶ୍ର, ଜିତେନ୍ଦ୍ର ନାଥ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ I ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ସଂଘମିତ୍ରା ଶତପଥୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ପ୍ରଦୀପ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସମବେତ ସ୍ଵାଗତ ସଙ୍ଗୀତ, ଓଡ଼ିଶୀ ନୃତ୍ୟ,ଭଜନ ନୃତ୍ୟ ଆଦି ପରିବେଷିତ ହୋଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାଗତିକା ଦୀକ୍ଷିତ ,ପରେଶ କୁମାର ଶତପଥୀ, ନଳିନୀ ମହାରଣା, ପ୍ରଜ୍ଞାଶ୍ରୀ ମହାନ୍ତି,ଗାୟତ୍ରୀ ସେନଗୁପ୍ତା,ରସ୍ନାଞ୍ଜଲି ପରିଡା ,ସୁଜାତା ପ୍ରଧାନ, ନଳିନୀ ପ୍ରଧାନ, ରଶ୍ମିତା ପଣ୍ଡା, ଅରୁନ୍ଧତୀ ସେନଗୁପ୍ତ ଓ ପୁଷ୍ପାଞ୍ଜଳି ଦାସ ପ୍ରମୁଖ ସହଯୋଗ କରିଥିଲେ I ପିଲାମାନଙ୍କ ଅଭିଭାବକ ଏବଂ ବୁଦ୍ଧିଜୀବି ଉପସ୍ଥିତ ଥିଲେ l
