ଜାଗର ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଦହିପଣା ବାଣ୍ଟିଲେ ସ୍ବେଚ୍ଛାସେବୀ ଙ୍କ ସମେତ ଯାଜପୁର ରୋଡ ଏସଡିପିଓ
ଜାଗର ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଦହିପଣା ବାଣ୍ଟିଲେ ସ୍ବେଚ୍ଛାସେବୀ ଙ୍କ ସମେତ ଯାଜପୁର ରୋଡ ଏସଡିପିଓ।
ବଡ଼ଚଣା :ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ପୀଠ ଠାରେ ମହା ଶିବରାତ୍ରୀ ଜାଗର ଯାତ୍ରାରେ ଶିଵ ଉପାସନା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦହିପଣା ସାଙ୍ଗକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦୀୟମାନ ପରିବାର । ପ୍ରତିବର୍ଷ ପ୍ରଭାତରୁ ସ୍ବେଚ୍ଛାସେବୀ ମାନେ ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଥାଆନ୍ତି ।ଉକ୍ତ ଜଳସେବା କେନ୍ଦ୍ରକୁ ଯାଜପୁର ରୋଡ ଏସଡିପିଓ ଶରତଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରି ସ୍ବେଚ୍ଛାସେବୀ ମାନଙ୍କ ଏହି ସାଧୁ ଉଦ୍ୟମକୁ ପ୍ରସଂସା କରିବା ସହିତ କିଛିସମୟ ପାଇଁ ଶ୍ରଦ୍ଧାଳୁଙ୍କୁ ଦହିପଣା ବାଣ୍ଟିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମହେଶ୍ୱର ବଳ, ହୃଷିକେଶ ସାମଲ, ନିରଞ୍ଜନ ସେନାପତି, ଅନନ୍ତ ପ୍ରସାଦ ମାହାଲା , ଅଧ୍ୟାପକ ଡ଼ ଦିଲୀପ କୁମାର ନାୟକ, ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ନାୟକ , ଅଭିରାମ ସ୍ବାଇଁ, ପ୍ରମୋଦ କୁମାର ଦାସ ପ୍ରମୁଖ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସ୍ବେଚ୍ଛାସେବୀ ସୁଜିତ୍ କୁମାର ସିଂ, ସଂଜିବ କୁମାର ସାମଲ, ଡମ୍ବରୁଧର ଜେନା,ସୁଜିତ୍ କୁମାର ଦାସ, ସୁକାନ୍ତ ମହାପାତ୍ର, ପ୍ରତାପ ଚନ୍ଦ୍ର ଦାସ, ଶିକ୍ଷୟିତ୍ରୀ କାଦମ୍ବିନୀ ମିଶ୍ର, ଗାୟତ୍ରୀ ରାଉତ,ସର୍ମିଷ୍ଠା ଜେନା, ମାନସୀ ଦାଶ,ସେଷାବ୍ଧୀ ସାମନ୍ତରାୟ, ମୋନାଲିସା ପ୍ରଧାନ, ସୋନାଲି ନାୟକ, ଗୀତାଞ୍ଜଳି ମିଶ୍ର, ଲିଲି ବେହେରା, ମଦନମୋହନ ପରମାଣିକ,ସୁଶାନ୍ତ କୁମାର ଜେନା,ରଶ୍ମିରଞ୍ଜନ ଦାସ,ସାଗର ରଂଜନ ନାୟକ,ଅନିଲ କୁମାର ପାତ୍ର,ବିପନ କୁମାର ବେହେରା,ଆଶୁତୋଷ ମିଶ୍ର,ବିଜୟ ଜେନା,ରଂଜନ ଜେନା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇଥିଲେ।ଶେଷରେ ଅନୁଷ୍ଠାନର ସଭାପତି ଅବିନାଶ ଜେନା, ସଂପାଦକ କାର୍ତ୍ତିକ ଚନ୍ଦ୍ର ଜେନା ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
