ଓଡ଼ିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଦ୍ୱାରା ଦଳାଚକଟାର ଜନଶୁଣାଣି ଅନୁଷ୍ଠିତ

ପୁରୀର ସ୍ୱତନ୍ତ୍ର ସର୍କିଟ ହାଉସରେ ଓଡ଼ିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଦ୍ୱାରା ଦଳାଚକଟାର ଜନଶୁଣାଣି ଅନୁଷ୍ଠିତ ହୋଇଥିଲା।୨୯.୦୬.୨୦୨୫ ରେ ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ଦଳାଚକଟାର ତଦନ୍ତ ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ, ଓଡ଼ିଶା ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସମ୍ପର୍କରେ, ଆଜି ଅର୍ଥାତ୍ ୧୦.୦୭.୨୦୨୫ରେ ପୁରୀର ସ୍ୱତନ୍ତ୍ର ସର୍କିଟ ହାଉସରେ ଅନୁଷ୍ଠିତ ଜନଶୁଣାଣିରେ ୪୮ (ଅଠଚାଳିଶ) ଜଣ ବ୍ୟକ୍ତି/ସଂଗଠନ ଯୋଗ ଦେଇଥିଲେ ଏବଂ ସେମାନଙ୍କର ବୟାନ ରେକର୍ଡ କରାଯାଇଥିଲା।

Leave a Reply

Your email address will not be published. Required fields are marked *