ଦଳିତ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ
15/04/25*ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଦଳିତ ବିକାଶ ପରିଷଦ ପକ୍ଷରୁ ଭାରତ ରତ୍ନ ବାବା ସାହେବ ଡକ୍ଟର ବି.ଆର ଆମ୍ବେଦକର ଙ୍କ 135 ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ପରିଷଦର ସଭାପତି ଶଙ୍କର ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ଅମୀୟ ପାଣ୍ଡଵ, ନାଥ କାଣ୍ଡି, ଗଣେଶ୍ୱର ହାଁସଦା, ଦୁର୍ଯ୍ୟୋଧନ ଦାସ, ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆମ୍ବେଦକର ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ଜଗତସିଂହପୁର ରୁ ରୀତା ସାହୁଙ୍କ ରିପୋର୍ଟ
