ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଙ୍ଘ ତରଫରୁ ସାଧାରଣ ବୈଠକ

ଗଞ୍ଜାମ ଜିଲ୍ଲା ସୋରଡ଼ା ଠାରେ ଆଜି ସୋରଡ଼ା ବୃଦ୍ଧଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ କଳା ଓ କଳାକାର ହିତୈଷୀ ସହିତ ଦଣ୍ଡବ୍ରତକୁ ନିଷ୍ଠାର ସହିତ ପାଳନ କରିବା ଓ ଅଶିଳତା କୁ ବନ୍ଦ କରିବା ପାଇଁ ଆଲୋଚନା କରାଯାଇଥିଲା।ସୋରଡ଼ା ଶାଖା କର୍ମକର୍ତ୍ତା ବୈଠକରେ ଜିଲ୍ଲା ମହାସଂଘ ସଭାପତି ଶିବରାମ ପ୍ରଧାନ,ସମ୍ପାଦକ ଶରତ ଚନ୍ଦ୍ର ସାହୁ,ବେଲଗୁଣ୍ଠା ବ୍ଲକ୍ ସଂଯୋଜକ ହେମନ୍ତ କୁମାର ପଣ୍ଡା,ସୋରଡ଼ା ବ୍ଲକ୍ ସଂଯୋଜକ ବିରୁପାକ୍ଷ ବେହେରାଙ୍କ ପୌରାହିତ୍ୟିରେ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳରେ ଥିବା 17 ଗୋଟି ଦଣ୍ଡ ନାଚ ଥିବା ବେଳେ ନିଜର ଆଧ୍ୟାତ୍ମିକତା ସହିତ ପରମ୍ପରା ଧର୍ମୀ ନାଟକ ପରିବେଷଣ କରିବା ଲାଗି ମହାସଂଘ ସଭାପତି ମତ ପ୍ରକାଶ କରିଥିଲେ l ମନୋଜ କୁମାର ମୁନୀ ,ନାଟ୍ୟକାର ରାଧାକୃଷ୍ଣ ଦାସ ଶର୍ମା,ଲଡୁକିଶୋର ଦାଶ ଅତିଥି ଭାବରେ ଯୋଗଦେଇ କଳାକାର ସମାଜର ଆଧ୍ୟାତ୍ମିକ ଶକ୍ତି ସମ୍ପର୍କରେ ସୂଚନା ଦେବା ସହ ସଂଘର ସୋରଡ଼ା ଶାଖା କର୍ମକର୍ତ୍ତାଙ୍କୁ କଳା ଓ କଳାକାରଙ୍କ ସମେତ ଠାକୁର ଓ ଆଧ୍ୟାତ୍ମିକ ଭାବନା ନେଇ ସମାଜର ଉନ୍ନତି ପ୍ରତି ଅଙ୍ଗୀକାର ବୋଲି କହିଥିଲେ। ଭକ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ କରି ଅଧିକ ଖର୍ଚ୍ଚ।ନ୍ତ କରାଇ ପୌରାଣିକ ନାଟ୍ୟ ପରମ୍ପରାକୁ ଛାଡି ଆଧୁନିକତା ନାମରେ ଅସ୍ୱୀଳ ନୃତ୍ୟକୁ ନେଇ ନଗ୍ନତାକୁ ଦୃଢ଼ ନିନ୍ଦା କରିଥିଲେ। ଶେଷରେ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *