ଗଞ୍ଜମ ଜିଲ୍ଲାର ଦଣ୍ଡକାଳୀ ନାଟ ନିଆର, ମାନସିକ ଧାରୀମାନେ ଏଥିରେ ଅଂଶଗ୍ରହଣ କରନ୍ତି

ବ୍ରହ୍ମପୁର – () ଚଇତ୍ର ମାସ ଆସିଲେ ଗଞ୍ଜାମ ଜିଲ୍ଲା ର ଗ୍ରାମ ଠାରୁ ସହର ଚଳ ଚଞ୍ଚଳ ହୋଇ ଉଠେ । ମାନସିକ ଧାରୀମାନେ ଚାଲି ଚାଲି ଦଣ୍ଡୁଆ ମାନେ ଯେଉଁମାନେ ମାନସିକ କରିଥାନ୍ତି ସେମାନଙ୍କ ଘରକୁ ଯାଇ ତାଙ୍କ ଘର ଦାଣ୍ଡ ରେ ସେମାନ ଦଣ୍ଡ ଉଛବ କରନ୍ତି । ଦଣ୍ଡ ନାଟ ର ନିୟମ ଥାଏ ସକାଳ କୁମ୍ଭ ଢଳା , 12 ବେଳେ ଧୂଳି ଦଣ୍ଡ ,ପାଣି ଦଣ୍ଡ,ସନ୍ଧ୍ୟା ସମୟରେ ଆଳତୀ, ରାତ୍ର ସମୟରେ ଖାଇବାପରେ ମାନସିକ ଧାରୀଙ୍କ ଦାଣ୍ଡରେ ପୌରାଣିକ ନାଟ କରିନ୍ତି ।ଏହି ଦଣ୍ଡନାଚ ବିଷୁବ ସଂକ୍ରାନ୍ତି ଦିନ ଉଯାପନ ହୁଏ । ବ୍ରହ୍ମପୁର, ହିଲପାଟନା ରେ ଦଣ୍ଡନାଚ ର ସନ୍ଧ୍ୟା ଆଳତୀ ରେ ଯୋଗ ଦେଇଥିଲେ ବହୁ ବ୍ୟକ୍ତି ବିଶେଷ । ଆମ ଗଞ୍ଜମ ଜିଲ୍ଲାର ପ୍ରାଇଭେଟ ବସ ମାଲିକଙ୍କ ପରିବାର ତରଫରୁ ଏହି ଦଣ୍ଡନାଚ ଅନୁଷ୍ଠିତ ହୋଇଛି । 50ବର୍ଷ ତଳର ବସ ମାଲିକ ଙ୍କ ସ୍ବର୍ଗତ କାନକା ରାଓ ଙ୍କ ସ୍ତ୍ରୀ ଏମ୍. ବେଦବତୀ, ପୁତ୍ର ଏମ୍. ଏସ. ଶ୍ରୀନିବାସ, ଏମ୍. ଭି. ଜୟଶ୍ରୀ ଙ୍କ ସହ ତାଙ୍କ ପରିବାର ତାଙ୍କ ନାତି, ନାତୁଣୀ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ମାଙ୍କ ଆଶ୍ରିବାଦ ନେଇଥିଲେ । ବ୍ରହ୍ମପୁର ମହାନଗର ନିଗମର ବହୁ କର୍ପୋରେଟର ଯୋଗ ଦେଇଥିଲେ । ଧିରଜ ସାବତ, ମମତା କୁମାରୀ ପାତ୍ର, ନରସିଂହ ସେଠୀ, ସୁରେନ୍ଦ୍ର ମହାରଣା ସହ ସ୍ଥାନୀୟ କର୍ପୋରେଟର ତଥା ବିଶିଷ୍ଟ ଆଇନଜୀବି ସଞ୍ଜିତ ପାଣିଗ୍ରାହୀ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *