ସିଦ୍ଧଖଣ୍ଡୁଆଳ ପୀଠରେ ଦଣ୍ଡନୂର୍ତ୍ୟ ଖୋର୍ଦ୍ଧା ଜିଲ୍ଲା ର କଲରାଝର ଗ୍ରାମରେ ପ୍ରସିଦ୍ଧ ଦଣ୍ଡନୁର୍ତ୍ୟ ଅନୁଷ୍ଠିତ

ପ୍ରସିଦ୍ଧ ଠାକୁରାଣୀ ମା ସିଦ୍ଧଖଣ୍ଡୁଆଳ ଙ୍କ ପୀଠରେ ସାତ ଦିନ ଧରି ଦଣ୍ଡନୃତ୍ୟ ଆରମ୍ଭ ହୋଇଥିଲା, ଭଗତା ମାନେ ମାନସିକ କରି ରାତ୍ରରେ ପଣା ସେବନ କରି ନିଷ୍ଟା ର ସହିତ ଠାକୁରଙ୍କ ସେବା କରିଥାନ୍ତି । ପଣା ସଂକ୍ରାନ୍ତି ଦିନ ଏହି ପର୍ବ ଶେଷ କରାଯାଏ । ଗ୍ରାମର କୁନି କୁନି କଳାକାରଙ୍କୁ ନେଇ ମାନସିକ ରେ ଡାକିଥିବା ଗ୍ରାମ କୁ ଯାଇ ଦଣ୍ଡନୂର୍ତ୍ୟ ପରିବେଷଣ କରାଯାଏ । ମହାବିଷୁବ ସଂକ୍ରାନ୍ତି ଦିନ ମାଙ୍କ ପୀଠରେ ଦଣ୍ଡ ନୃତ୍ୟ ସରିବା ପରେ, କାଳସୀ ଦେହରେ ମା ଉଭା ହୋଇ ଗ୍ରାମ ପରିକ୍ରମା କରିଥାନ୍ତି । ନିଆରା ପରମ୍ପରା ଅନୁସାରେ ପ୍ରତି ଘରେ ମାଙ୍କୁ ଭୋଗ ଲାଗି ହୋଇଥାଏ । ହଜାର ହଜାର ଭକ୍ତ ମାନେ ଏହି ଯାତ୍ରା ଦେଖିବାକୁ ଜମା ହୋଇଥାନ୍ତି । ଗ୍ରାମ ବୁଲିସାରିବ ପରେ କାମନା ପୀଠରେ ଝାମୁଚଲା ଆରମ୍ଭ ହୁଏ । ମାନସିକ ରଖିଥିବା ଭକ୍ତ ମାନେ ମାଙ୍କ ଆଶୀର୍ବାଦ ରେ ଝାମୁ ନିଆଁରେ ଚାଲିଥାନ୍ତି । ଶେଷରେ ମା ସିଦ୍ଧଖଣ୍ଡୁଆଳ ଝାମୁ ନିଆଁରେ ଚାଲିବା ପରେ ଝାମୁ ଯାତ୍ରା ସମାପନ କରାଯାଏ ।

ଖୋର୍ଦ୍ଧା ରୁ ପ୍ରମୋଦ କୁମାର ମହାପାତ୍ର ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ

Leave a Reply

Your email address will not be published. Required fields are marked *