ଆରମ୍ଭ ହେଲା ଦଣ୍ଡ ପର୍ବ ଚଳଚଞ୍ଚଳ ହେଲା ଗଞ୍ଜାମ ଜିଲ୍ଲା।
Date – 02/04/26- ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଦଣ୍ଡନାଚ ବୋହୁ ପଟୁଆର ରେ ହୋଇଥିବା ବେଳେ ଦଣ୍ଡ ପର୍ବ ହିନ୍ଦୁ ମାନଙ୍କର ଏକ ବଡ଼ ପର୍ବ ।ତେବେ ସୋରଡା ଅଞ୍ଚରରେ ୧୨ ଗୋଟି ଦଣ୍ଡ ପର୍ବ ଅନୁଷ୍ଠିତ ହେଉଛି।ଏହି ପର୍ବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ସଂକ୍ରାନ୍ତି ତଥା ୧୪.୪.୨୬ ସମାପନ ହେବ ।ଏହି ଦଣ୍ଡ ରେ ଅଧିକାଂଶ ଗ୍ରାମରୁ ଶତାଧିକ ମାନସିକ ଧ।ରିଉପବାସ ରହି ଦଣ୍ଡ ଯାତ୍ରା ରେ ଯାଇଥାନ୍ତି।ସୋରଡା ର ତିନି ଦଣ୍ଡ ଓ ହୁକୁମା , ଖଜୁରପଲ୍ଲୀ ଅଂଚଳରେ ଅଗ୍ନି ଦଣ୍ଡ ବ୍ୟବସ୍ଥା ଥିବା ବେଳେ ଅନ୍ୟ ଦଣ୍ଡ ରେ ଧୂଳି ଦଣ୍ଡ ପାଳିତ ହୋଇଥାଏ ।ମାନସିକଧାରୀ ମନେ ଠାକୁର ଶିବ ଓ କାଳୀ ଙ୍କ ସହିତ ଗ୍ରାମ ଗ୍ରାମ ବୁଲି ଭକ୍ତ ଙ୍କ ଘର ଆଗରେ ଦିନରେ ଅଗ୍ନି ଦଣ୍ଡ କିମ୍ବା ଧୂଳି ଦଣ୍ଡ କରିବା ପରେ ଲିଆ ନବାତ ପଣା ପାଇଥାନ୍ତି ସନ୍ଧ୍ୟା ସମୟରେ ଠାକୁର ଙ୍କୁ ଆଳତି ପରେ ଅର୍ଣ୍ଣ ପ୍ରସାଦ ରୋଷେଇ ହୋଇଥାଏ ତାହାକୁ ଭୋଗ ପରେ ସମସ୍ତ ଦଣ୍ଡୁଆ ପ୍ରସାଦ ପାଇଥାନ୍ତି ଏହା ପରେ ଅନ୍ୟ ଭକ୍ତ ମାନେ ପ୍ରସାଦ ପାଇଥାନ୍ତି ପ୍ରସାଦ ପାଇବା ପାଇଁ ଶହ ଶହ ଭକ୍ତ ରୁଣ୍ଡ ହୋଇଥାନ୍ତି ।

ଦଣ୍ଡ ପର୍ବ ସମୟରେ ଅଧିକାଂଶ ପରିବାର ସକାହାରି ଭୋଜନ କରିଥାନ୍ତି।ସବୁଠାରୁ ବଡ଼ କଥା ଆଧୁନିକ ଯୁଗରେ ପୌରାଣିକ ନାଟକ ମଞ୍ଚସ୍ତ ହୋଇଥାଏ ଏହାକୁ ଦେଖିବା ପାଇଁ ରାତ୍ରିରେ ହଜାର ହଜାର ଦର୍ଶକ ରୁଣ୍ଡ ହୋଇଥାନ୍ତି।ପ୍ରତେକ ଗ୍ରାମ ଏହି ସମୟରେ ଚଳ ଚଞ୍ଚଳ ହୋଇଥାଏ ।ମାସନ୍ତ ଦିନ ସୋରଡା ସହରରେ ତିନି ଗୋଟି ଦଣ୍ଡ ପର୍ବ ଅନୁଷ୍ଠିତ ହୋଇଥାଏ ଏହି ମାସନ୍ତ ଯାତ୍ରା ଦେଖିବା ପାଇଁ ବହୁ ଦୂର ଦୁରନ୍ତ ରୁ ବହୁ ଦର୍ଶକ ରୁଣ୍ଡ ହୋଇଥାନ୍ତି ।ସଂକ୍ରାନ୍ତି ଦିନ ମେରୁ ପର୍ବ ଅନୁଷ୍ଠିତ ହୋଇଥାଏ ।ଯାତ୍ରା ର ଭିଡ଼ କୁ ଦେଖି ପୋଲିସ ପ୍ରଶାସନ ସଜାଗ ହୋଇ ରହିଛି।ଅପ୍ରତିକର ପରିସ୍ଥିତି କୁ ଦୃଷ୍ଟିରେ ରଖି ପୋଲିସ ନଜର ରଖିଛି ଓ ପେଟ୍ରୋଲିଂ କୁ କଡା କଡ଼ି କରାଯାଇଛି ।
