ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶୀକାର ହେଲେ ଓ ଶବ ହୋଇ ଫେରିଲେ

ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶୀକାର ହେଲେ ଓ ଶବ ହୋଇ ଫେରିଲେ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡାମ୍ବାକିଆ ଗ୍ରାମର ଯାଦବ ନାୟକ (୨୭) । ଦୀର୍ଘ ୮ ବର୍ଷ ହେବ କେରଳ ରାଜ୍ୟର ଏର୍ନାକୁଲୋମ ଜିଲ୍ଲା ପେରୂମବାବର୍ ଅଞ୍ଚଳରେ ପ୍ଲାଏ କମ୍ପାନୀରେ କାମ କରୁଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ସୋମବାର ରାତିରେ ମାର୍କେଟ ଠାରୁ ନିଜ ବସା କୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ତ୍ୟାଗ କରିଛନ୍ତି । ରାସ୍ତା ଆରପାରିକୁ ଯାଉଥିବା ବେଳେ ଗୋଟିଏ କାର ଦୁର୍ଘଟଣା ଘଟେଇ ଚାଲିଯାଇଥିଲା ଓ ସେ ପଡ଼ିଯାଇଥିଲେ ପରେ ଅନ୍ୟ ଏକ ଗାଡି ତାଙ୍କ ଉପରକୁ ମାଡ଼ି ଯିବା ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ନିକଟ ମେଡ଼ିକାଲ ନେଇଥିଲେ ଓ ୨୦୧/୨୦୨୪ ୟୁ ଏସ -୨୭୯,୩୦୪- ଏ ଆଇପିସି ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ କରିଥିବା ସୂଚନା ରହିଛି । ଦୁର୍ଘଟଣା ବିଷୟରେ ସଙ୍ଗେ ସଙ୍ଗେ ଖବର ପରିବାର ଓ ସେଠାରେ ଥିବା ଅନ୍ୟ ସମ୍ପର୍କୀୟ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା । ସେଠାରେ ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀ ମାଲିକ ଘଟଣା ବିଷୟରେ ଜାଣିବା ପରେ ଶବକୁ ଓଡ଼ିଶାକୁ ଆଣିବା ନିମନ୍ତେ ବ୍ୟବସ୍ଥା କରି ଉଡାଜାହାଜ ଟିକଟ କରି ଦେଇଥିଲେ ଓ ଶବକୁ ଓଡ଼ିଶା ଭୁବନେଶ୍ଵର ଆଣିଥିଲେ ଓ ସେଠାରୁ ଶବକୁ ପରେ କନ୍ଧମାଳ ନିଜ ଗ୍ରାମ ଡାମ୍ବାକିଆକୁ ଆମ୍ବୁଲାନ୍ସ ଦ୍ବାରା ଆଣିଥିଲେ । ସରକାରଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ରେଡ କ୍ରସ ପକ୍ଷରୁ ଆମ୍ବୁଲାନ୍ସ ଖର୍ଚ୍ଚ ଦିଆଯାଇଥିଲା ଓ ଶୋକାକୁଳ ପରିବେଶରେ ଖ୍ରୀଷ୍ଟିୟ ରୀତିନୀତି ଅନୁସାରେ ତାଙ୍କର ଶବ ସତ୍କାର କରାଯାଇଥିଲା । ତେବେ ସୂଚନା ଅନୁସାରେ ଯାଦବ ନାୟକ ଜଣେ ବିବାହିତ ବ୍ୟକ୍ତି ଅଟନ୍ତି ଓ ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛନ୍ତି ।ଜଣେ ୯ ବର୍ଷର ପୁଅ ହୋଇଥିବା ବେଳେ ଅନ୍ୟ ଜଣେ ୭ ବର୍ଷର ପୁଅ । ମୃତକଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ପାଖରେ ନାହାନ୍ତି ତାଙ୍କୁ ଓ ପିଲାମାନଙ୍କୁ ଛାଡି ପଳେଇଛନ୍ତି । ଦୁଇଟି ପୁଅ ମୃତକଙ୍କ ବୃଦ୍ଧ ବୃଦ୍ଧା ପିତାମାତାଙ୍କ ନିକଟରେ ରହି ପାଠ ପଢୁଥିଲେ। ବିଧାତାର କି ଦୃଶ୍ୟ ଯେ ଦୁଇଟି ଛୁଆ ବାପା ମାଆଙ୍କ ଠାରୁ ଆଉ ପ୍ରେମ ପାଇ ପାରିଲେ ନାହିଁ । କୋମଳମତି ଛୁଆ ବାପା ମାଆ ଛେଉଣ୍ଡ ହେଲେ । ବର୍ତ୍ତମାନ୍ ସେମାନଙ୍କର ଭବିଷ୍ୟତ କିପରି ଗଠନ ହେବ ଯେତେବେଳେ କି ଯାଦବ ନାୟକ ନିଜ ପିଲାମାନଙ୍କ ଭବିଷ୍ୟତ ପାଇ କେରଳ ଯାଇ ଦାଦନ ଖଟି ରୋଜଗାର କରୁଥିଲେ । ସରକାର ସେହି ଦୁଇ ପୁତ୍ର ମାନଙ୍କ ନିମନ୍ତେ ସ୍ବତନ୍ତ୍ର ଦୃଷ୍ଟି ଦେଇ ସାହାଯ୍ୟ କରିବା ପାଇଁ ସାଧାରଣରେ ଆଲୋଚନା ହେଉଛି । ରାଇକିଆ ରୁ ନୃସିଂହ ଚରଣ ଦାଶ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *