ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତାର ହାତ ବଡାଇଲେ ତିହିଡି ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ “ବିପଦବନ୍ଧୁ”

ଭଦ୍ରକ:୨/୧୧- ବିଗତ ଶୁକ୍ରବାର ରାତ୍ର 2ଘଟିକା ସମୟରେ ଭଦ୍ରକ ଜିଲ୍ଲା ବାଣିତିଆ ପଞ୍ଚାୟତ ଦକ୍ଷିଣସାହି ଗ୍ରାମର ବିଦ୍ୟାଧର ଜେନା, ମୁରଲୀଧର ଜେନା, ଗୋପବନ୍ଧୁ ଜେନା ତିନୋଟି ପରିବାରର ପାଞ୍ଚ ବଖରା ଘର ଜଳି ପୋଡି ପାଉଁଶ ହୋଇଯିବା ସହିତ ଚାରି ଗୋଟି ଗୋମାତା ପୋଡିଯିବା ସହିତ ଦୁଇ ଗୋଟି ଛେଳି ପୋଡି ପାଉଁଶ ହୋଇଯିବା ସଙ୍ଗେ ସଙ୍ଗେ ଘରର ନିତ୍ୟ ବ୍ୟବହାର ସବୁ ଆସବାସ ସାମଗ୍ରୀ ଓ ମୂଲ୍ୟବାନ କାଗଜପତ୍ର ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି। ଭଦ୍ରକ ଜିଲ୍ଲାର ବାଣିତିଆ ପଞ୍ଚାୟତର ଏହି ଦୁଃଖଦ ପୂର୍ଣ୍ଣ ଖବର ଗଣମାଧ୍ୟମ ଓ ଖବରକାଗଜରେ ପ୍ରକାଶିତ ହେବା ପରେ ତିହିଡି ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ବିପଦବନ୍ଧୁ ସେବା ସଂଗଠନର ସମାଜସେବୀ ଭାଇମାନେ ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଥିଲେ ଉକ୍ତ ପରିବାରକୁ କିଛି ସହାୟତାର ହାତ ବଡାଇବା ପାଇଁ, ତତକ୍ଷଣାତ ସଂଗଠନର ମୁଖ୍ୟ ଉପଦେଷ୍ଟା ରଞ୍ଜନ ଶୁକ୍ଳ ବାଣିତିଆ ଗ୍ରାମର ଏହି ଅଗ୍ନିବିପନ୍ନ ପରିବାର ଙ୍କୁ କିଛି ସାହାଯ୍ୟ କରିବା ପାଇଁ ମତାମତ ପ୍ରଦାନ କରିଥିଲେ,ଏବଂ ସମ୍ପାଦକ ଅଲେଖ ଜେନାଙ୍କ ପୌରାହିତରେ ଏହି କାର୍ଯ୍ୟକ୍ରମଟି ଆୟୋଜନ ହୋଇଥିଲା, ସଭାପତି କୈଳାଶ ସାହୁ ଉକ୍ତ କାର୍ଯ୍ୟକ୍ରମଟି କିପରି ଭାବରେ ପରିଚାଳନା ହେବ ଯୋଜନା ତିଆରି କରିଥିଲେ। ଏହି ଦୁଃଖଦପୂର୍ଣ୍ଣ ଖବର ଖବରକାଗଜ ଏବଂ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ କୋଲ୍ହ ଗ୍ରାମର ବଦାନ୍ୟ ବ୍ୟକ୍ତି ସୁରେନ୍ଦ୍ର ନାୟକ ଯଥାଶକ୍ତି ଅନୁସାରେ ସେହି ଅଗ୍ନିବିପନ୍ନ ପରିବାର ନିମନ୍ତେ କିଛି ଲୁଗାପଟା ସାମଗ୍ରୀ ପ୍ରଦାନ କରିବା ସହିତ କିଛି ଛୋଟ ଛୋଟ ପିଲାମାନଙ୍କ ପାଇଁ କିଛି ଡ୍ରେସ ପ୍ରଦାନ କରିଥିଲେ, ତତ ସଙ୍ଗେ ସଙ୍ଗେ ଗୋଳାପୋଖରୀ ୟୁପି ସ୍କୁଲର ଶିକ୍ଷୟତ୍ରୀ ବାସନ୍ତୀ ବାରିକ ସେହି ଅଗ୍ନିପ୍ରିପୀଡିତ ପରିବାର ପାଇଁ କିଛି ସାହାଯ୍ୟର ହାତ ବଡାଈଛନ୍ତି ତିହିଡି ଅଞ୍ଚଳର ବଦାନ୍ୟ ବ୍ୟକ୍ତି ରବୀନ୍ଦ୍ର ଦୀକ୍ଷିତ କିଛି ସହାୟତାର ହାତ ବଡାଇଛନ୍ତି,ସଂଗଠନର ଏହିଭଳି ଅତି ଦୁଃଖଦପୂର୍ଣ୍ଣ ଖବରଟି ହସ୍ତଗତ ହେଲା ପରେ ସଂଗଠନର ମେଡିଆ ସଂଯୋଜକ ତଥା ଟିମ ପରିଚାଳକ ଲୋକନାଥ ପରିଡା ଏବଂ ଉପସଭାପତି ସୁଜିତ ସାହୁ,କୋଷାଧକ୍ଷ ରାଜେୟ ବାରିକ, ଯୁବ ସମାଜସେବୀ ତପନ ବାରିକ, ରାଜେଶ,ପିତନ, ବିଜୟ ବାରିକ,ବୁଲୁ, ରଞ୍ଜନ ସ୍ୱପ୍ନାରାଣୀ ନାୟକ ପ୍ରମୁଖ ସମାଜସେବୀଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ସହଯୋଗରେ ଭଦ୍ରକ ବାଣିତିଆ ଦକ୍ଷିଣସାହି ଗ୍ରାମର ଏହି ଅଗ୍ନିପ୍ରିପୀଡିତ ପରିବାର ନିମନ୍ତେ କିଛି ଦିନ ଚଳିଯିବା ପାଇଁ କିଛି ଲୁଗାପଟା, ରାସନ ସାମଗ୍ରୀ, ପନିପରିବା ସଙ୍ଗେ ସଙ୍ଗେ ଛୋଟ ଛୋଟ ପିଲାମାନଙ୍କ ନିମନ୍ତେ କିଛି ଖାତା ପେନ ଆଦି ସାମଗ୍ରୀ ପ୍ରଦାନ କରାଯାଇଥିଲା.ଗ୍ରାମବାସୀମାନଙ୍କର ମଧ୍ୟ ବହୁତ ସହଯୋଗ ରହିଥିଲା, ସଂଗଠନର ଏହିଭଳି ଜନମଙ୍ଗଳମୂଳକ କାର୍ଯ୍ୟରେ ଭଦ୍ରକ ବାଣିତିଆ ଅଞ୍ଚଳର ଗ୍ରାମବାସୀଙ୍କ ତରଫରୁ ଭୂୟସୀ ପ୍ରଶଂସା କରାଯାଇଅଛି ଏବଂ ସଂଗଠନର ସମାଜସେବୀ ଭାଇମାନଙ୍କୁ ଅନେକ ଆଶ୍ରିବାଦ ଜ୍ଞାପନ କରାଯାଇଅଛି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *