ପୁରୀରେ ଯୁବପିଢିଙ୍କ ବିପଦଜନକ ରିଲ୍ଲସ ନିଶା l
ସୋସିଆଲ ମିଡିଆରେ ନିୟମିତ ଅନେକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।ଭିଡିଓରେ ନାବାଳକ ରାସ୍ତା ମଝିରେ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖାଯାଉଛି ।ଜଣେ ନାବାଳକ ସ୍କୁଟିର ଚକାକୁ ଆଗକୁ ଉଠାଇ ଗୋଟିଏ ଚକାରେ ଗାଡି ଚଳାଉଥିବା ଦେଖାଦେଇଛି l ସେ ସବୁ ଷ୍ଟଣ୍ଟ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି l ନାବାଳକ ଏପରି ଗାଡିରେ ବିପଜ୍ଜନକ ଭାବେ ଷ୍ଟଣ୍ଟ କରିବା ନିଜ ଜୀବନ ସହ ରାସ୍ତାରେ ଯାଉଥିବା ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇ ପାରେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତେବେ କିଛିଦିନ ପୂର୍ବରୁ ଜଣେ ଯୁବକ ବୁଲେଟ୍ ରେ ଷ୍ଟଣ୍ଟ୍ କରିବାରୁ ତାଙ୍କୁ ପୁରୀ RTO 13 ହଜାର ଟଙ୍କାର ଜୋରିମାନା ପକାଇଥିବା ବେଳେ ସ୍କୁଟିରେ ଷ୍ଟଣ୍ଟ୍ କରୁଥିବା ଯୁବକଙ୍କ ଉପରେ ପରିବହନ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ହିଁ ଅପେକ୍ଷା
