ପିଇଓ ଙ୍କ ସ୍ୱାସ୍ଥ୍ୟlବସ୍ଥା ସଂକଟlପର୍ଣ୍ଣ
ପିଇଓ ଙ୍କ ସ୍ୱାସ୍ଥ୍ୟlବସ୍ଥା ସଂକଟlପର୍ଣ୍ଣ ଏବଂ ଉଚିତ ତଦନ୍ତ ପାଇଁ ପିଇଓ ସଂଘ ତରଫରୁ ବିଡ଼ିଓ ଙ୍କୁ ସ୍ମାରକପତ୍ର
ଚିକିଟି, ୯/୨ :ବିଷପlନ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ଗତକାଲି ବ୍ରହ୍ମପୁର ପୁଲିସ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରବଣା ବିବେକ ଏମ କହିଥିଲେ l କିନ୍ତୁ ସଂକଟlପର୍ଣ୍ଣ ଭାବେ ଉକ୍ତ ପିଇଓ ଜଣକ ବ୍ରହ୍ମପୁର ବଡ ମେଡିକାଲ ଆଇ ସି ୟୁ ନଂ ୪୩ ରେ ଚିକିତ୍ସା ହେଉଥିବା ଚିକିଟି ବ୍ଲକ ରେ କାର୍ଯ୍ୟରତ ପିଇଓ ମାନେ କହିବା ସହ ଘଟଣା ର ନିରପେକ୍ଷ ତଦନ୍ତ ପାଇଁ ଚିକିଟି ବିଡ଼ିଓ ଙ୍କୁ ପିଇଓ ସଂଘ ଦାବୀ ଜଣାଇଛନ୍ତି l ଆଜି ଅପରାହ୍ନ ରେ ଚିକିଟି ବିଡ଼ିଓ ଙ୍କୁ ଦେଇଥିବା ଦାବୀପତ୍ର ଅନୁଯାଇ ଗତ ୩ ଫେବୃଆରୀ ସକାଳ ୭:୩୦ ମିନିଟ ସମୟରେ ସୁନାପୁର ମହୋତ୍ସବ ପାଇଁ ଅନୁଷ୍ଠିତ ଗଣଦୌଡ଼ କାର୍ଯ୍ୟକ୍ରମ ପାଇଁ ଉକ୍ତ ପିଇଓ ଜଣକ ଝାଟିପଦର ପଞ୍ଚାୟତ କାର୍ଯ୍ୟାଳୟ ରେ ଅବସ୍ଥାପିତ ହୋଇଥିଲେ l ଗଣଦୌଡ଼ ରେ ସାମିଲ ଥିବା ଧାବକମାନଙ୍କ ପାଇଁ ଜଳପାଳ ପ୍ରସ୍ତୁତି ପାଇଁ ନିୟୋଜିତ ଥିଲେ ।
ଗଣଦୌଡ଼ କାର୍ଯ୍ୟକ୍ରମ ର ଦୁଇ ଘଣ୍ଟା ପରେ ଅର୍ଥାତ ସକାଳ ୯ ଘଣ୍ଟା ସମୟରେ ଅତିରିକ୍ତ ତହସିଲଦାର ଝାଟିପଦର ପଞ୍ଚାୟତ ଠାରେ ହଟାତ ପହଞ୍ଚି କିଛି କାରଣ ନ ଥାଇ ତୋର ଚାକିରୀ ଖାଇଦେବି, ତତେ ଚାକିରୀ କିଏ ଦେଇଛି ଏହି ଭଳି ନାନାଦି ଅଶ୍ଳୀଳ ଭାଷାରେ ପିଇଓ ଜଣକୁ ସମସ୍ତ କର୍ମଚାରୀ ଓ ଜନତା ଙ୍କ ସମ୍ମୁଖରେ ମହିଳା ଅତିରିକ୍ତ ତହସିଲଦାର ଗାଳି ଗୁଲଜ କରିଥିଲେ ବୋଲି ଅଭିଯୋଗ ଆସିଛି ।

ସେ ଜଣେ ବୟସ୍କ ହୋଇଥିବା ଏବଂ ନିଜ ଚାକିରୀ ଜୀବନରେ କେବେ ଵି ଏମିତି ଘଟଣା ଘଟି ନଥିବାରୁ ଆସିଥିବା ଏଭଳି ଅପମାନକୁ ସହ୍ୟ କରିନପାରି ବିଷ ପାନ କରିଦେଇଥିଲେ ବୋଲି ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି । ଏଭଳି ଦୁର୍ଭାଗ୍ୟ ଜନକ ଘଟଣା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଘୋର ଆଶଙ୍କାରେ ଥିବା ଏବଂ ଏହାର ଉଚିତ ତଦନ୍ତ ପୂର୍ବକ ନ୍ୟାୟ ପ୍ରଦାନ କରିବା ପାଇଁ ସେମାନେ ବିଡ଼ିଓ ଙ୍କୁ ଅନୁରୋଧ କରିଛନ୍ତି l ଦାବିପତ୍ର ପ୍ରଦାନ ସମୟରେ ଚିକିଟି ବ୍ଲକ ରେ କାର୍ଯ୍ୟରତ ସମସ୍ତ ୧୫ ଜଣ ପିଇଓ ଉପସ୍ଥିତ ଥିଲେ l
