ବିବାଦରେ ଦଶପଲ୍ଲା ଶିଶୁ ବିକାଶ ବିଭାଗ: ବିଭାଗରେ ଭିଜିଲାନ୍ସ ତଦନ୍ତ ଦାବୀ
ଦଶପଲ୍ଲା ତା ୨୦.୨() ଦଶପଲ୍ଲା, ଶିଶୁ ବିକାଶ ବିଭାଗ ଦ୍ଵାରା ପ୍ରକାଶ ପାଇଥିବା ପଦବୀ ଗୁଡିକୁ ଆବେଦନ କରିଥିବା ଚୟନ ପ୍ରାର୍ଥୀନୀ ଙ୍କ ଠାରୁ ନୂଆ ଢାଞ୍ଚା ରେ ଦଶପଲ୍ଲା ଶିଶୁ ବିକାଶ ଅଧିକାରୀଣୀ ସଞ୍ଜୁକ୍ତା ସାମଲ ନୂଆ ଢାଞ୍ଚା ରେ ଫଲାଞ୍ଚ ଆଦାୟ ର ଅଡ଼ିଓ ଭାଇରାଲ୍ ହେଉଛି । ବିଗତ ଦିନରେ ପ୍ରାର୍ଥୀନୀ ମାନେ ଦୁର୍ନିତି ଏବଂ ଲାଞ୍ଚ କାରବାର ନେଇ ଅଭିଯୋଗ କରିଆସୁଥିଲେ ମଧ୍ୟ ପରେ ପ୍ରଶାସନ ନୀରବଦ୍ରଷ୍ଟା । ଏହି ବିଭାଗ ବିରୋଧ ରେ ବିଗତ ଦିନରେ ଭିନ୍ନ ଭିନ୍ନ କାର୍ଯ୍ୟ ଦୁର୍ନୀତି ସମ୍ପର୍କିତ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା ବେଳେ ଏହି ସମ୍ଫର୍କିତ ସରକାର କୈ।ଣସି ଉଚ୍ଚ ସ୍ତରୀୟ ତଦନ୍ତ କରୁ ନଥିଲା ବେଳେ ଉକ୍ତ ଅଡ଼ିଓ ରୁ ଶୁଣା ଯାଉଛି ଏଥିରେ ଜିଲ୍ଲା ଉପରିସ୍ଥ ଅଧିକାରୀ , ଚୟନ କମିଟି ଅଧିକାରୀ ମାନେ ସଂସ୍ଲିଷ୍ଟ ଥିବା ବେଳେ ଦଶପଲ୍ଲା ବିଧାୟକ ନାମ ମଧ୍ୟ ପ୍ରକାଶ ପାଇଛି। ଦୁର୍ନିତି ବିରୁଦ୍ଧରେ ରାଜ୍ୟ ସରକାର ଙ୍କ ଶୂନ୍ୟ ସହନଶୀଳତା ଦଶପଲ୍ଲା ରେ ଏକ ଫମ୍ପା ରାଜନୈତିକ ସ୍ଲୋଗାନ ପାଲଟିଛି । ବିବାଦ ଓ ବଦନାମ ଦଶପଲ୍ଲା ଶିଶୁ ବିକାଶ ବିଭାଗ ର ପିଛା ଛାଡ଼ୁ ନ ଥିବା ବେଳେ ଗଣମାଧ୍ୟମ ରେ ରୋଚକ ପୃଷ୍ଠା ଯୋଡିବାରେ ଲାଗିଛି । ନିକଟ ରେ ସମସ୍ତ ନୀତିନିୟମ ର ଖୁଲମଖୁଲା ଉଲଂଘନ ସହିତ ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଶିମିଳିସାହି ପଞ୍ଚାୟତ ଗୋଡିବିଡା ଗ୍ରାମ ର ମଧୁସ୍ମିତା ସୀହୁ , ସ୍ବାମୀ – ସର୍ବେଶ୍ଵର ସାହୁ, ଗୋଡିବିଡା ଗ୍ରାମ ସ୍ଥାୟୀ ବାସିନ୍ଦା ହୋଇ ସେଠାରେ MG NREGA (ଜବ କାର୍ଡ) ଯାହାର ନମ୍ବର- OR-22-003-001-003-23455, ମଧୁସ୍ମିତା ସାହୁ, ସର୍ବେଶ୍ଵର ସାହୁ ନାମରେ ପଞ୍ଚାୟତ ତରଫରୁ ୦୧-୧୧-୨୦୨୧ ମସିହା ରେ ପ୍ରଦାନ କରାଯାଇ ଥିବା ବେଳେ ପୁଣି ତାଙ୍କୁ ବ୍ଳକ ତରଫରୁ ଏକ କୂଅ ଦିଆଯାଇଛି ଯାହାର କାର୍ଯ୍ୟ ଦେଶ ନମ୍ବର- 2422003/2023/2024/122366/AS ,08-11-2023 ଏହି କାର୍ଯ୍ୟ ଦେଶ ଦିଆଯାଇଛି ଏବଂ ଏହା ର କାର୍ଯ୍ୟ ସମ୍ପୁର୍ଣ୍ଣ ୫ ମାସ ୨୦୨୪ ହୋଇଥିବା ବେଳେ କିଭଳି ତାଙ୍କୁ ଏନ୍ ଏ ସି ଅନ୍ତର୍ଗତ କେ ସି ପାଟଣା ୧୧ ନମ୍ୱର୍ ୱାର୍ଡ ରେ 3 ବର୍ଷ ର ଏବଂ ଅଭିଯୋଗ ପରେ ତାଙ୍କୁ 10 ବର୍ଷ ର ସ୍ଥାୟୀ ବାସିନ୍ଦା ଭାବରେ ସଦର ରାଜସ୍ୱ ବିଭାଗ ଅଧିକାରୀ ଧିରେନ କୁମାର ସାହୁ 10 ବର୍ଷ ବୋଲି ତାଙ୍କ ରିପୋର୍ଟ ରେ ଦର୍ଶାଇ ଛନ୍ତି କିନ୍ତୁ ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେ ଅଭିଯୋଗ ପତ୍ର ଆଲୋକ ପାତ ନକରି ଦଶପଲ୍ଲା ତହସିଲ ରୁ ଆସି ଥିବା ଚିଠି ଅନୁସାରେ ଶିଶୁ ବିକାଶ ଅଧିକାରୀଣୀ ମଧୁସ୍ମିତା ସାହୁ ଙ୍କୁ ନିଯୁକ୍ତି ଦେଇଛନ୍ତି । ଏ ବିଷୟ ନେଇ ବିଭାଗ ଏବେ କାଠଗଡା ବିଚାର ଥିବା ବେଳେ ଏହା ଉପରେ କୈ।ଣସି ଉତ୍ତର ପ୍ରଦାନ କରିନାହାନ୍ତି । ଆଉ ଏବେ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଗ୍ରାମାଞ୍ଚଳ ମାନଙ୍କ ରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଚୟନ ରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ ଆଦାୟ ର ଅଭିଯୋଗ ସମ୍ପର୍କିତ ଅଡିଓ ବାର୍ତ୍ତାଳାପ ର ଠୋସ ପ୍ରମାଣ ର ହସ୍ତଗତ ହୋଇଛି । ବାର୍ତ୍ତାଳାପ ରେ ଖୋଦ୍ ବିଭାଗୀୟ ଅଧିକାରିଣୀ କାର୍ଯ୍ୟାଳୟ ର କର୍ମଚାରୀ ଭାବରେ ବିଳମ୍ବିତ ସନ୍ଧ୍ୟାରେ ଯୋଗାଯୋଗ କରି ତଳୁ ଉପର ଯାଏ ମାଲ୍ ନେବେ ବୋଲି ଆବେଦନ କରୀ ଙ୍କୁ କହୁଥିବା ସ୍ପଷ୍ଟ ଜଣା ପଡ଼ୁଛି । ଏଥି ସହିତ ବ୍ଲକ, ଜିଲ୍ଲା ପ୍ରଶାସନ ସହିତ କୁଆଡେ ବିଧାୟକ ଏଥିରୁ ସିଂହ ଭାଗ ଅର୍ଥ ନେବେ ବୋଲି ମାଡାମ କୁହୁଛନ୍ତି । ତେବେ ଆପାତତଃ ପ୍ରାମାଣିକ ତଥ୍ୟ କହୁଚି ପ୍ରାର୍ଥୀନୀ ଜଣକ ଏତେ ପରିମାଣ ର ଅର୍ଥ ଦେଇ ପରିବାକୁ ଅକ୍ଷମତା ଦର୍ଶାଇ ଖୋଦ୍ ଜିଲ୍ଲା ପ୍ରଶାସନ କୁ ଏହି ଅଡିଓ ରେକର୍ଡ ଶୁଣାଇଛନ୍ତି । ଜିଲ୍ଲା ପ୍ରଶାସନ ଆଶ୍ଵାସନା ଓ ପ୍ରତିଶ୍ରୁତି ଅନୁଯାୟୀ କାହାରିକୁ ଟଙ୍କା ଟିଏ ଲାଞ୍ଚ ନ ଦେବା ସହିତ ଗଣମାଧ୍ୟମ କୁ ସୂଚନା ନ ଦେବାକୁ ପରାମର୍ଶ ବି ଦିଆ ଯାଇଛି । ତେବେ ସକାଳ ର ଗ୍ରାଉଣ୍ଡ ଜିରୋ ଅନୁସନ୍ଧାନ ରୁ ଜଣା ଯାଏ ଯେ ବିନା ଅଥଚ ଅସ୍ପଷ୍ଟ ସୂଚନା ଫଳକ ସହିତ ବିନା ସି ସି ଟିଭି ରେ ଚାଲିଥିବା ଏହି କାର୍ଯ୍ୟାଳୟ ରେ ଅନ୍ଧାରୀ କାରବାର ବେଶ୍ ବ୍ୟାପକ । ଅତୀତ ରେ ନିମ୍ନ ମାନ ର ଛତୁଆ, ଖେଳନା, ପୋଷାକ, ଓଷଧ କୁ ନେଇ ବିବାଦ ଘେର ରେ ବେଶ୍ ଚର୍ଚ୍ଚିତ । ଚାକିରୀ ନିମନ୍ତେ ଆବେଦନ ସୂଚନା କୁ କୁଆଡେ ଜାଣିଶୁଣି ବିଳମ୍ବ ରେ ନୋଟିସ ବୋର୍ଡ ରେ ମାରି ତତ୍କାଳ ଉଭାନ କରି ଦିଆ ଯାଏ। ଆବଶ୍ୟକ ସ୍ଥଳେ ଏକାଧିକ ଆବେଦନ କାରିଣୀ ଙ୍କୁ ପରସ୍ପର ବିରୋଧୀ ଲିଖିତ ଅଭିଯୋଗ ସହିତ ଚୟନ ପ୍ରକ୍ରିୟା କୁ ବିଭ୍ରାନ୍ତ କରି ଗୋଳିଆ ପାଣି ରୁ ଫାଇଦା ପାଇଁ ସୁଚିନ୍ତିତ କ୍ଷେତ୍ର ପ୍ରସ୍ତୁତି କରି ବ୍ୟାପକ ଅର୍ଥ ଆଦାୟ ର ସୁଗମ ପଥ ଖୋଲି ଦିଆ ଯିବାର ନଜିର ରହିଛି । ବିଳମ୍ବିତ ସନ୍ଧ୍ୟା ରେ ପ୍ରାର୍ଥୀନୀ ମାନଙ୍କୁ ଡାକି ଚିନି ବୋଳା ପ୍ରତିଶ୍ରୁତି ସହିତ ମୂଲଚାଲ କରାଯାଉଥିବା ନାମ ଗୋପନ ସୂତ୍ର ରେ ବହୁ ଆବେଦନ କାରିଣୀ ସୂଚନା ଦେଇଥିବା ବେଳେ ଉକ୍ତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜଣାପଡିଛି l
