କ୍ୟାନ୍ସର ପୀଡିତ ଦାଶରଥି ଜେନାଙ୍କୁ ମା ମଙ୍ଗଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ସହ ରାସନ ପ୍ରଦାନ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବେଲବାହାଳି ବ୍ଲକ ଗ୍ରାମର ଦାଶରଥି ଜେନା ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଗୋଇ ଘରେ ପଡିରହିଥିଲେ । ତାଙ୍କ ସ୍ତାନୀୟ ପ୍ରଶାସନ ପକ୍ଷରୁ ଅପରେସନ ମାଗଣାରେ କରାଯାଇଥିବା ବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଘଠନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଜି ଖବର ପାଇ ଆନନ୍ଦପୁର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ମା ମଙ୍ଗଳା ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ସହ କିଛି ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଏଥିସହିତ ତାଙ୍କର ଦୁଇଟି ଛୋଟ ଛୋଟ ପିଲାଙ୍କ ପାଠ ପଢା ପାଇଁ ସମସ୍ତ ଖର୍ଚ୍ଚ ଓ ଖାତାପତ୍ର ପ୍ରଦାନ କରାଯାଇଛି । ସେ ଏବେ ବହୁ ଅସହାୟ ଅବସ୍ଥାରେ ପଡିରହି ଯନ୍ତ୍ରଣା ପାଉଥିବା ଦେଖିବାକୁ ମିଳିଛି । ଏଥିସହିତ ତାଙ୍କର ଏଭଳି ପରିସ୍ଥିତି ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ଦୁଷ୍ଟି ଆକ୍ରମଣ କରିଥିବା ଜଣାପଡିଛି । ମା ମଙ୍ଗଳା ସ୍ୱେଚ୍ଛାସେବୀ ଅନୁଷ୍ଠାନର ଏଭଳି ସହାୟତା ପାଇଁ ସମଗ୍ର ଅଞ୍ଚଳର ବୁଦ୍ଧିଜୀବୀ ମାନେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଥିରେ ସଙ୍ଘଠନର ଫାଉଣ୍ଡର ହରିହର ଓଝା ,ସେଶଦେବ ଓଝା ,ମନୋଜ କୁମାର ବାରିକ ,ପପୁନ ସାହୁ, ମାନସ ସାହୁ, ମାଧବାନନ୍ଦ ବାରିକ,ପ୍ରହଲା ସାହୁ, ମୋହନ ବିନ୍ଧାଣି,ତପନ ସାହୁ, ରାଜେଶ ଓଝା, ବ୍ରଜବନ୍ଧୁ ଓଝା ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।।

Leave a Reply

Your email address will not be published. Required fields are marked *