ପିତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରି ପ୍ରଂଶସା ସାଉଁଟିଲେ ଝିଅ
ନୟାଗଡ ତା ୫.୯ (ନି.ପ୍ର)ଦୀର୍ଘ 5 ବର୍ଷ ପରେ ନନ୍ଦିଘୋରରେ ଜୟ ଜଗନ୍ନାଥ ଚୁଡା ମିଲ ର ନବୀକରଣ ସହିତ ଆଜି ଶୁଭ ଉଦଘାଟନ ହେଲା | ୩ ଏକର ପରିମିତ ଜାଗାରେ ନିର୍ମିତ ଏହି ମିଲରେ ଦିନକୁ ୨00 ବସ୍ତା ଧାନ ପେଡା ଯାଇ ଚୁଡା ଉତ୍ପାଦନ ହେବ ବୋଲି ଜଣାପଡିଛି| ପ୍ରୋପାଇଟର ଆଦ୍ୟାଶା ପ୍ରିୟଦର୍ଶିନୀ ଙ୍କ କରକମଳ ରେ ଏହା ଉଦଘାଟିତ ହୋଇଛି| ମୁଖ୍ୟ ଭାବେ ଜଗନ୍ନାଥ ସାହୁ ସମସ୍ତ୍ କାର୍ଯ୍ୟ ପରି ଚାଳନା କରି ଥିଲେ| ସୂଚନାଯୋଗ୍ୟ, ଏହି ମିଲର ମାଲିକ ୨୦୨୦ ମସିହା ଜାନୁଆରୀ

ମାସରେ କାର୍ ଦୁର୍ଘଟଣା ରେ ସ୍ତ୍ରୀ ଓ ପୁଅ ସହିତ ପ୍ରାଣ ହରାଇ ଥିଲେ| ତାଙ୍କର ଯିବିତ ଏକମାତ୍ର କନ୍ୟା ଆଦ୍ୟାଶା ଆଜି ନିଜ ମିଲ ଚଳାଇବାକୁ ସାହସ କରିଛନ୍ତି| ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିଥିବାରୁ ଏଥିପାଇଁ ଝିଅ ଅଦ୍ୟାଶାଙ୍କୁ ତାଙ୍କୁ ସବୁମହଲରୁ ପ୍ରସଂଶା କରାଯାଇଛି|ନୂତନ ବ୍ୟବସାୟକୁ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଠାକୁର ସାହା ହୁଅନ୍ତୁ ବୋଲି ଅନେକ୍ ପ୍ରାର୍ଥନା କରିଛନ୍ତି|
