ଦୁବୃର୍ତ୍ତ ମତ୍ସ୍ୟଜୀବୀ ଙ୍କ ଡିନାମାଇଟ ମାଡ଼ରେ ଦବିଲା ବ୍ରିଜ

ଅସ୍ତରଙ୍ଗ,୦୯/୦୪-; ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ ପାପିରା ବ୍ରିଜ କୁ ହଟଚମଟ ଦେଖିବାକୁ ମିଳିଛି ଗତ କିଛିଦିନ ପୂର୍ବେ କିଛି ଗଣମାଧ୍ୟମ ରେ ଖବର ପ୍ରସାରିତ ହୋଇଥିଲା ଏ ସମ୍ପର୍କରେ ପୁରୀ ଜିଲ୍ଲା ଡେନେଜ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ କହିଛନ୍ତି ମାଛ ମାନେ ଶିଉଳି ଖାଇବାକୁ ବ୍ରିଜ ପାଖକୁ ରାତ୍ର ସମୟରେ ଯାଆନ୍ତି ସୁଯୋଗର ଫାଇଦା ନେଇ କିଛି ଦୁବୃର୍ତ୍ତ ମତ୍ସ୍ୟଜୀବୀ ମାନେ ଡିନାମାଇଟ ମାରି ମାଛ ଧରନ୍ତି ଯାହା ଫଳରେ ବିସ୍ଫୋରଣ ହେବାରୁ ତଳ ମାଟି ଦବିଥାଏ ସେଥିପାଇଁ ବ୍ରିଜ ଦବିଛି ଆମ୍ଭ ବିଭାଗ ପକ୍ଷରୁ ବହୁ ଜଲଦି ସ୍ବତନ୍ତ୍ର ଟିମ୍ ଗଠନ କରାଯିବ ଆଇନ ଗତ ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ମିଳିଥିବା ସୂଚନା ମୁତାବକ ପାପିରା ରୁ ସୁନ୍ଦର କୁ ଯୋଡୁଥିବା ବ୍ରିଜ ବିପଦ ସଂକୁଳ ଅବସ୍ଥା ରେ ରହିଥ‌ିବା ରୁ ଅଞ୍ଚଳବାସୀ ସେହି ବ୍ରିଜ ଉପରେ ଯିବା ଆସିବା କରିବାକୁ ନିରାପଦ ମଣୁନାହାନ୍ତି । ପାପିର ପିରା ଗ୍ରାମ ବାସୀଙ୍କ ସୂଚନା ଅନୁସାରେ ଏହି ଦୁଇ ଲାକେ ଯିବା ଆସିବା ପାଇଁ ପୂର୍ବରୁ ସେହି ନଦୀ ଉପରେ କାଠ ଚାର ଥିଲା କାଳକ୍ରମେ ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗି ଯିବାପରେ ସାଧାରଣ ଜନତା ଅତ୍ୟନ୍ତ ଦୟନୀୟ ରେ ପାଣିରେ ପଶି ବେଳେ ବେଳେ ଡ଼ଙ୍ଗା ପାର ହୋଇ ଯାତାୟତ କରୁଥିଲେ। ଯାତାୟତ ର ସୁବିଧା ପାଇଁ ସରକାରଙ୍କ ବାରମ୍ବାର ଗୁହାରି କଲା ପରେ ଗତ ତିନି ବର୍ଷ ପୂର୍ବେ ଯାତାୟତ ପାଇଁ ଏକ ବ୍ରିଜ ନିର୍ମାଣ କରାଯାଇଥିଲା ତିନି ବର୍ଷ ନ ପୂରୁଣୁ ତାହା ଭାଙ୍ଗି ରୁଜି ବିପଦ ସଙ୍କୁଳ ହୋଇ ପଡ଼ିରହିଛି। ବିଶେଷ କରି ବ୍ରିଜ ର କିଛି ଅଂଶ ଘାଇଥିବାରୁ ତାହା ଉପରେ ଯାତାୟତ କରିବା କରିବାକୁ କ ଭୟ କରୁଛନ୍ତି। ତେଣୁ ରବିବାର ଦିନ ପାପିରା ଗ୍ରାମ ଏହି ବ୍ରିଜ ଉପରେ ଯାତାୟତ ବାରଣ କରି ବାଉଁଶ ସିମେଣ୍ଟ ଖୁଣ୍ଟ ପକାଇ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ଆହୁରି ଗୋଟେ ସଙ୍ଗୀନ ଅଭିଯୋଗ କରିଛନ୍ତି ବ୍ରିଜ କୌଣସି ନାମ ଫଳକ ନଥିବା ବେଳେ ଲୁଣି ପାଣି ସମୁଦ୍ର ବାଲି ରେ ଢ଼ଳେଇ ପକାଯାଇଛି ସେ ସମୟରେଉଦ୍‌ଘାଟନ ପୂର୍ବରୁ ଭାଙ୍ଗିଲା ବ୍ରିଜକାଦୁଆ ନଦୀ ବ୍ରିଜ ଭଗବାନ ଭରସାଠିକାଦାର, ଅଫିସର ଙ୍କୁ ଜଣେଇଲା ପରେ କେହି ଶୁଣିନଥିଲେ ଯାହାର ପରିଣାମ ସାଧାରଣ ଜନତା ଭୋଗୁଛନ୍ତି। ତେଣୁ ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ ବ୍ରିଜ ରେ ହୋଇଥିବା ଅନିୟମିତତା କୁ ସାମ୍ନା ଆଣିବା ସହିତ ମରାମତି କରି ଯାତାୟତ ଉପଯୋଗୀ କରିବା ପାଇଁ ପାପିରା ଗ୍ରାମର ଉମାକାନ୍ତ ମଳିକ, ସୁକାନ୍ତ ମହାନ୍ତି ପ୍ରଭାତ ବାରିକ ବିମ୍ବାଧର ବାରିକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *