ଲଙ୍କାପୋଡ଼ି ଯାତ୍ରାର ୪ର୍ଥ ଦିବସ: ଗଣ୍ଡାବଧମହାବୀର କ୍ଷେତ୍ର
ଲଙ୍କାପୋଡ଼ି ଯାତ୍ରାର ୪ର୍ଥ ଦିବସ: ଗଣ୍ଡାବଧମହାବୀର କ୍ଷେତ୍ର ଦଶପଲ୍ଲା ୩୧/୩()ଦଶପଲ୍ଲାର ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାର ଗଣ୍ଡାବଧ ଦୃଶ୍ୟ ଏକ ଭିନ୍ନ ରଙ୍ଗ ବହନ କରେ। ଆଜ ଦିନର ସମସ୍ତ ଅଭିନୟ ମୁଖ୍ୟମଞ୍ଚ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅବସ୍ଥିତ ଶବର ପଲ୍ଲୀ ମଞ୍ଚରେ ଅଭିନିତ ହୁଏ। ଲୀଳାର କଥାବସ୍ତୁ ଅନୁଯାୟୀ ଦଶରଥ ମହାରାଜାଙ୍କ ପିତୃ ଶ୍ରାଧ୍ ଦିବସ ସମ୍ପର୍କିତ ଅଭିନୟ ଏହା ଅଟେ। ସୂର୍ଯ୍ୟବଂଶ ର ପରମ୍ପରା ଥିଲା ଯେ, ନୂତନ କୁମାର ମାନେ ଏହି ଦିବସରେ ସେମାନଙ୍କର ବିରତ୍ଵ ଓ ସୈର୍ଯ୍ୟ ପଦର୍ଶନ କରିବେ। ଏଣୁ ଶ୍ରୀରାମ, ଲକ୍ଷ୍ମଣ, ଭାରତ, ସତୃଘ୍ନ ଚତୁରଙ୍ଗ ବଲ ସହ ମୃଗୟାକୁ ଗମନ କରନ୍ତି। ମାତ୍ର ସେଠାରେ ଶ୍ରୀରାମ ଆପଣା ସେନାନି ଠାରୁ ଅଲଗା ହୋଇ ଶବର ପଲ୍ଲୀରେ ପହଚନ୍ତି। ସେଠାରେ ଶବର ମୁଖିଆ ଗୁହକ ସହିତ ମିତ୍ରତା ସ୍ଥାପନ କରନ୍ତି। ଆର୍ଯ୍ୟ ସଂସ୍କୃତିର ମହମିଲନ ଦୃଶ୍ୟ ଅଭିନୀତ ହୁଏ।

ମହାବୀର କ୍ଷେତ୍ର ଦଶପଲ୍ଲା ପାଇଁ ଏହା ଏକ ବିଶେଷ ଦିବସ। ମୁଖ୍ୟ ମଞ୍ଚ ଠାରୁ ଢୋଲ, ଚାଙ୍ଗୁ, ମୃଦଙ୍ଗ, ମହୁରୀ, ଖୋଲତଳ, ଘଣ୍ଟଘଣ୍ଟା ଆଦି ବାଦ୍ୟ ସହ ବିଶାଳ ପଟୁଆର ବାହାରେ। ଏହି ଉତ୍ସବକୁ ଆହୁରି ମୁଖରିତ କରିବା ପାଇଁ ଓଡ଼ିଶାର ସାହିଯାତ ଠାରୁ ଆରମ୍ଭ କରି ପଶୁନୃତ୍ୟ, ଘୋଡ଼ା ନାଚ, ବାଘନାଚ ତଥା ଓଡ଼ିଶାର ସବୁ ପ୍ରକାର ବାଦ୍ୟର ସମାବେଶ ହୋଇଥାଏ। ଏହି ଉତ୍ସବରେ ସମସ୍ତ କର୍ମକର୍ତ୍ତା, ସ୍ଥାନୀୟ ସାଂସଦ, ବିଧାୟକ ତଥା ସମସ୍ତ ବିଭାଗୀୟ ଅଧିକାରୀମାନେ ଓ ସମସ୍ତ ଜନ ସାଧାରଣ ଭାଗନେବା ଏକ ଅଭିନବ ଭାଇଚାରାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏପରିକି ଏହି ଉତ୍ସବକୁ ଶାନ୍ତି ଶଂଖଳା ରକ୍ଷା କରିବା ପାଇଁ ଦଶପଲ୍ଲା, ନୂଆଗାଁ, ବାଣୀଗୋଛା ଓ ନୟାଗଡ ପୋଲିସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା।
